Only for Entertainment

ପୁତ୍ର ସନ୍ତାନର ପିତା ଦେଲେ ଶାହିଦ, ଛୁଆର ନାମ ପାଇଁ ଫ୍ୟାନ୍ସ ଦେଲେ ସଜେସନ ।

dnaindia
0 47

ବଲିଉଡ ଅଭିନେତା ଶାହିଦ କପୁର ପୁଣିଥରେ ପିତା ହୋଇଛନ୍ତି । ଶାହିଦଙ୍କ ପତ୍ନୀ ମିରା ରାଜପୁତ ୫ ସେପ୍ଟେମ୍ବର ବୁଧବାର ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଶାହିଦ ପ୍ରଥମେ ଏକ ଝିଅର ପିତା ଥିଲେ ଏବେ ସେ ଏକ ପୁଅର ପିତା ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଖବର ଅନୁସାରେ ମିରାଙ୍କୁ ବୁଧବାର ହସ୍ପିଟାଲରେ ହିଁ ଭର୍ତ୍ତି କରାଯାଇଥିଲା । ମିରା ଏହା ପୂର୍ବରୁ ୨୬ ଅଗଷ୍ଟ ୨୦୧୬ରେ ଏକ ଝିଅ ମିଶାକୁ ଜନ୍ମ ଦେଇଥିଲେ । ରିପୋର୍ଟ ଅନୁସାରେ ମା’ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।


ମିରା ଏବଂ ଶାହିଦ ନିଜର ଦ୍ୱିତୀୟ ସନ୍ତାନକୁ ନେଇ ଖୁବ ଉତ୍ସାହିତ ଥିଲେ । ନିକଟରେ ମିରା ଏକ ଇଣ୍ଟରଭ୍ୟୁରେ କହିଥିଲେ ତାଙ୍କ ଘରକୁ ପୁଅ ଆସୁ କି ଝିଅ କିଛି ଫରକ ପଡେ ନାହିଁ । ତେବେ ପୁତ୍ର ସନ୍ତାନକୁ ଜନ୍ମଦେବା ପରେ ଶାହିଦ ଏବଂ ମୀରାଙ୍କ ନିକଟରୁ ଶୁଭେଚ୍ଛାର ବାର୍ତ୍ତା ମିଳିବା ଆରମ୍ଭ ହୋଇଯାଇଛି ।

ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନମାନେ ଶୁଭେଚ୍ଛା ଦେଉଥିବା ଦେଖିବାକୁ ମିଳିଛି । ଏପରିକି ସାହିଦଙ୍କ ଫ୍ୟାନ୍ସ ତାଙ୍କୁ ଛୁଆର ନାମ ସଜେଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More