Only for Entertainment

ଭଲ ଲୋକମାନେ ଅଧିକ ଦୁଃଖ ଭୋଗିଥାଆନ୍ତି, ବିଜ୍ଞାନ ଦ୍ୱାରା ପ୍ରମାଣିତ ।

pexels
0 118

ଆପଣ ଏକଥା ନିଶ୍ଚୟ ଅନୁଭବ କରିଥିବେ ଯେ ଭଲ ଲୋକମାନେ ଖରାପ ପ୍ରବୃତି ଲୋକଙ୍କ ଆପେକ୍ଷା ଟିକେ ଅଧିକ ଦୁଃଖୀ ହୋଇଥାନ୍ତି। ଏ ସଂପର୍କରେ କିଛି ବିଜ୍ଞାନୀ ନିକଟରେ ଏକ ଗବେଷଣା କରିଥିଲେ। ଗବେଷଣା ପରେ ସେମାନେ ଜଣାଇଛନ୍ତି ଯେ ଉପରକୁ ସେପରି ଦୃଶ୍ୟମାନ ହୋଇଥାଏ। ମାତ୍ର ବାସ୍ତବରେ ଭଲ ଲୋକମାନେ ଦୁଃଖ ପାଇଲେ ବି ସେମାନଙ୍କ ଭିତରେ ଥିବା ଆତ୍ମ ସନ୍ତୁଷ୍ଟି ଖରାପ ଲୋକଙ୍କ ତୁଳନାରେ ଢେର୍ ବେଶି।

ଯେଉଁ ମାନେ ମନରୁ ଖୁବ୍ ଭଲ ସେମାନେ ପିଲା ଦିନେ ନିଜ ଭାଇ-ଭଉଣୀଙ୍କ ପାଇଁ କିଶୋରରେ ବାପା-ମାଆ, ଯୌବନରେ ଜୀବନ ସାଥୀ ଏବଂ ବୃଦ୍ଧାବସ୍ଥାରେ ନିଜ ପିଲାମାନଙ୍କ ପାଇଁ ତ୍ୟାଗ କରିଥାନ୍ତି। ସେମାନଙ୍କୁ ଦୂରରୁ ଦେଖିଲେ ଏମିତି ଲାଗେ ଯେ ଯେମିତି ସେମାନେ ନିଜର ସବୁ ସୁଖକୁ ତ୍ୟାଗ କରି ଦୁଃଖ ଆପଣେଇ ନେଇଛନ୍ତି। ମାତ୍ର ବାସ୍ତବରେ ସେପରି ହୋଇନଥାଏ।

ନିଜର ଲୋକଙ୍କ ପାଇଁ ତ୍ୟାଗ କରିବା ପରେ ସେମାନେ ଯେଉଁ ଆତ୍ମ ସନ୍ତୁଷ୍ଟି ପାଇଥାନ୍ତି ତାହା ଭୋଗଠାରୁ ଅନେକ ଉପରେ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି। ବେଳେ ବେଳେ ଭଲ ଲୋକମାନେ ଅନ୍ୟର ଅତ୍ୟାଚାରର ଶିକାର ହୋଇଥାନ୍ତି। ସେମାନଙ୍କ ସରଳ ପ୍ରବୃତି ପାଇଁ କେହି କେହି ଦୁଷ୍ଟ ବ୍ୟକ୍ତି ତାହାର ଫାଇଦା ଉଠାଇ ଥାଆନ୍ତି। ଏହା ସତ ଯେ କେତେକ ସମୟରେ ଭଲ ଲୋକମାନେ ନିଜର ଭଲ ବା ସହିଷ୍ଣୁ ଗୁଣ ପାଇଁ ଅନ୍ୟ ଦ୍ୱାରା ଅସୁବିଧାରେ ପଡ଼ିଥାନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More