Only for Entertainment

ନଚ ବଲିୟେ ୯’ର ପ୍ରିମିୟର ଏପିସୋଡକୁ ହୋଷ୍ଟ କରିବେ ଦିବ୍ୟଙ୍କା ତ୍ରିପାଠୀ ।

40

ଖୁବଶୀଘ୍ର ଟିଭିରେ ଆରମ୍ଭ ହେବାକୁ ଯାଉଛି ଡ୍ୟାନ୍ସ ରିଆଲିଟି ଶୋ ନଚ ବଲିୟେ ୯ । ଏହି ଥର ଶୋ’ର ଥିମରେ ପରିବର୍ତ୍ତନ ହୋଇଛି । କପଲ୍ସଙ୍କ ସହିତ ଏକ୍ସ କପଲ ମଧ୍ୟ ଯୋଗ ଦେଇପାରନ୍ତି । ଏହାର ପ୍ରଯୋଜନା କରୁଛନ୍ତି ସଲମାନ ଖାନ । କେତେକ ମିଡିଆ ଚ୍ୟାନେଲ ଏହି କଥାକୁ ଦାବି କରୁଛନ୍ତିଯେ ଦିବ୍ୟଙ୍କା ତ୍ରିପାଠୀ ଏହି ଶୋ’ର ପ୍ରଥମ ଏପିସୋଡରେ ହୋଷ୍ଟ କରିପାରନ୍ତି । ଏମିତି ତ ଶୋ’କୁ ଜେନିଫର ୱିଙ୍ଗେଟ ଏବଂ ସୁନିଲ ଗୋଭର ହୋଷ୍ଟ କରୁଛନ୍ତି । ତେବେ ନିର୍ମାତା ପ୍ରଥମ ଏପିସୋଡ ପାଇଁ ଦିବ୍ୟଙ୍କାଙ୍କୁ ଫିକ୍ସ କରି ଦେଇଛନ୍ତି ବୋଲି କୁହାଯାଉଛି । ୨ ଜୁଲାଇକୁ ମୁମ୍ବାଇରେ ଏହାର ସୁଟିଂ ହେବ ।

ଏହା ପୂର୍ବରୁ ଦିବ୍ୟଙ୍କା ତ୍ରିପାଠୀ ସିଙ୍ଗିଙ୍ଗ ରିଆଲିଟି ଶୋ ‘ଦ ଭଏସ’କୁ ହୋଷ୍ଟ କରୁଛନ୍ତି । କହିରଖୁଛୁ ସଲମାନ କପିଲ ଶର୍ମାଙ୍କ ଶୋ ମଧ୍ୟ ହୋଷ୍ଟ କରୁଛନ୍ତି । ଏହା ସହିତ ବିଗବସ ୧୩ ମଧ୍ୟ ଆସୁଛି । ସଲମାନଙ୍କୁ ପୁଣିଥରେ ଟିଭି ପରଦାରେ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More