Only for Entertainment

Google 20th Birthday : ଦୁଇ ସାଙ୍ଗ ମିଶି ନିର୍ମାଣ କରିଥିଲେ ଇଣ୍ଟରନେଟର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ, ଜାଣନ୍ତୁ କିପରି ହୋଇଥିଲା ଜନ୍ମ ।

you tube
0 33

ଇଣ୍ଟରନେଟର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ଆଜି ୨୦ତମ ଜନ୍ମଦିନ ପାଳନ କରୁଛି । ୨୦ତମ ଜନ୍ମଦିନ ଅବସରରେ ଗୁଗଲ G20GLE ଲେଖିବା ସହିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓରେ ଅନେକ ଭାଷାରେ ଗୁଗୁଲରେ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି । ଗୁଗୁଲର ଆରମ୍ଭ ଦୁଇ ଜଣ ସାଙ୍ଗ ମିଶି ଆରମ୍ଭ କରିଥିଲେ । ଏହା ଏକ କଲେଜ ପ୍ରୋଜେକ୍ଟ ଥିଲା ବର୍ତ୍ତମାନ ଏହା ଗୁଗୁଲ ନାମରେ ପୁରା ବିଶ୍ୱରେ ପରିଚିତ ।

ଲ୍ୟାରି ପେଜ ଏବଂ ସର୍ଜୀ ବିନ ୧୯୯୫ରେ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିବା ସମୟରେ Google.stanford.edu ନାମରେ ସର୍ଚ୍ଚ ଇଞ୍ଜିନ ନିର୍ମାଣ କରିଥିଲେ । ପ୍ରଥମେ ଏହାର ନାମ ଥିଲା BackRub ପରେ ଏହାର ନାମକୁ ପରିବର୍ତ୍ତନ କରାଯାଇ ଗୁଗଲ ରଖାଗଲା ।

ଏହା ପରେ ଗୁଗଲ ଡଟ କମର ଡୋମିନ ୧୫ ସେପ୍ଟେମ୍ବର ୧୯୯୫ରେ ରେଜିଷ୍ଟର କରାଯାଇଥିଲା । ଏହାକୁ ଦେଖିଲେ ଗଗୁଲ ର ଜନ୍ମଦିନ ୧୫ ସେପ୍ଟେମ୍ବର ହେବା କଥା । କିନ୍ତୁ ଏହି ସର୍ଚ୍ଚ ଇଞ୍ଜିନର ସଂସ୍ଥାପକ ଲ୍ୟାରୀ ଏବଂ ସର୍ଜୀ ବିନ ୪ ସେପ୍ଟେମ୍ବର ୧୯୯୮ରେ ଗୁଗଲକୁ ଏକ କମ୍ପାନୀ ଭାବେ ରେଜିଷ୍ଟର କରିବା ସହିତ କମ୍ପାନୀ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ । ଏହାକୁ ନଜରରେ ରଖିଲେ ୪ ସେପ୍ଟମ୍ବର ଗୁଗଲର ଜନ୍ମଦିନ ପାଳନ ହେବା କଥା ।

ଗୁଗଲ ଏପର୍ଯ୍ୟନ୍ତ ୪ଟି ଭିନ୍ନ ଭିନ୍ନ ତାରିଖରେ ନିଜର ଜନ୍ମଦିନ ପାଳନ କରି ସାରିଛି । ଗୁଗଲର ୧୫ ତମ ଜନ୍ମଦିନରେ କମ୍ପାନୀ ନିଜେ ସ୍ୱିକାର କରିଥିଲେ ଯେ ତାଙ୍କୁ ମଧ୍ୟ ଠିକରେ ମନେ ନାହିଁ ଗୁଗଲର ପ୍ରକୃତ ଜନ୍ମଦିନ କେବେ । ଗୁଗଲ ୭, ୮, ୨୬ ଏବଂ ୨୭ ସେପ୍ଟେମ୍ବରରେ ନିଜର ଜନ୍ମଦିନ ପାଳନ କରିସାରିଥିବା ବେଳେ ୨୦୦୬ରୁ ଗୁଗଲ ୨୭ ସେପ୍ଟମ୍ବରରେ ହିଁ ନିଜର ଜନ୍ମଦିନ ପାଳନ କରିଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More