Only for Entertainment

କିଏ ଏହି ମୁଥୁଲକ୍ଷ୍ମୀ ରେଡ୍ଡୀ ଯାହାଙ୍କୁ ଗୁଗୁଲ ଡୁଡଲ କରି ଜଣାଇଛି ସମ୍ମାନ ? ଜାଣନ୍ତୁ ତାଙ୍କୁ ବିଷୟରେ କିଛି ଖାସ କଥା

Hindustan Times
108

ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ୧୩୩ ତମ ଜନ୍ମଦିନରେ ଗୁଗୁଲ ଆଜି ଡୁଡଲ କରି ସମ୍ମାନ ଜଣାଇଛି । ମୁଥୁଲକ୍ଷ୍ମୀ ରେଡ୍ଡୀ ଭାରତର ପ୍ରଥମ ମହିଳା ବିଧାୟକ ହେବା ସହିତ ଜଣେ ଶିକ୍ଷକ, ସର୍ଜନ ଏବଂ ଜଣେ ସମାଜ ସୁଧାରକ ମହିଳା ଥିଲେ । ମୁଥୁଲକ୍ଷ୍ମୀ ଏପରି ଜଣେ ଷ୍ଟୁଡେଣ୍ଟ ଥିଲେ ଯେ ମହାରାଜା କଲେଜ ଏବଂ ମାଦ୍ରାସ କଲେଜ ପରି ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥିଲେ । ସମାଜିକ ଅସମାନତା, ଲିଙ୍ଗୀୟ ଅସମାନତା ଏବଂ ସାଧାରଣ ଲୋକଙ୍କୁ ପ୍ରର୍ଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା କ୍ଷେତ୍ରରେ ମୁଥୁଲକ୍ଷ୍ମୀଙ୍କ ପ୍ରୟାସକୁ ଆଜି ମଧ୍ୟ ଲୋକେ ମନେ ପକାଇଥାନ୍ତି ।

ମୁଥୁଲକ୍ଷ୍ମୀ ପ୍ରଥମ ମହିଳା ଥିଲେ ଯେ ସରକାରୀ ହସ୍ପିଟାଲରେ ସର୍ଜନ ଭାବେ କାମ କରିଥିଲେ । ତାଙ୍କ ପୂର୍ବରୁ କୌଣସି ମହିଳା ଏପରି କରିନଥିଲେ । ବିବାହ ପାଇଁ ଘରେ କହିବାରୁ ସେ ପାଠ ପଢାକୁ ପ୍ରଧାନ୍ୟ ଦେଇ ବିବାହ ପ୍ରସ୍ତାବକୁ ଏଡାଇ ଦେଇଥିଲେ । ଗ୍ରାଜୁଏସନ ସମୟରେ ତାଙ୍କର ବନ୍ଧୁତା ଆନି ବେଶାନ୍ତ ଏବଂ ସରୋଜିନୀ ନାୟୁଡୁଙ୍କ ସହିତ ହୋଇଥିଲା ।

ତାମିଲନାଡୁରେ ପ୍ରତିବର୍ଷ ମୁଥୁଲକ୍ଷ୍ମୀଙ୍କୁ ମନେ ପକାଇ ୨୯ ଜୁଲାଇରେ ହସ୍ପିଟାଲ ଦିବସ ପାଳନ କରାଯାଏ । ତାଙ୍କର ଜନ୍ମ ୧୮୮୩ ମସିହା ଜୁଲାଇ ୩୦ରେ ସାଉଥ ଷ୍ଟେଟ ମୁମ୍ବାଇରେ ହୋଇଥିଲା । ସେ କମ ବୟସରେ ବାଲ୍ୟବିବାହକୁ ବନ୍ଦ କରିବା ପାଇଁ ନିୟମ ବନାଇଥିଲେ । ଏହା ସବହିତ ଅନୈତିକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସଂସଦରେ ଆଗ୍ରହ ପ୍ରକାଶ କରିଥିଲେ ।

ତାଙ୍କର ଏହି ମହାନ ଯୋଗଦାନ ପାଇଁ ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ୧୯୫୬ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ୨୨ ଜୁଲାଇ ୧୯୬୮ ଚେନ୍ନାଇରେ ତାଙ୍କର ନିଧନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More