Only for Entertainment

ଗୁଗଲ, ଡୁଡଲ କରି ‘ଟ୍ରାଜେଡୀ କ୍ୱିନ’ ମୀନା କୁମାରୀଙ୍କୁ ଦେଲା ଶ୍ରଦ୍ଧାଞ୍ଜଳୀ ।

NewsX
0 27

ଟ୍ରାଜେଡୀ କ୍ୱିନ ନାମରେ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ମୀନା କୁମାରୀଙ୍କ ୮୫ ତମ ଜନ୍ମବାର୍ଷିକରେ ଗୁଗଲ ଡୁଡଲ କରି ଶ୍ରଦ୍ଧାଞ୍ଜଳୀ ଦେଇଛି । ପରଦାରେ ଦେଖିବାକୁ ସେ ଯେତିକି ସୁନ୍ଦର ଥିଲେ ସେତେ ସୁନ୍ଦର ଅଭିନେତ୍ରୀ ମଧ୍ୟ ସେ ଥିଲେ । ତାଙ୍କର ଅସଲୀ ନାମ ମହଜବୀନ ବାନୋ ଥିଲା । ପରଦାରେ ତାଙ୍କର ଗମ୍ଭୀର ଚରିତ୍ର ଏବଂ ତାଙ୍କ ଜୀବନକୁ ନେଇ ତାଙ୍କୁ ‘ଟ୍ରାଜେଡୀ କ୍ୱିନ’ର ଟାଇଟଲ ଦିଆଯାଇଥିଲା ।

ମୀନା କୁମାରୀଙ୍କ ଜନ୍ମ ୧୯୩୩ରେ ହୋଇଥିଲା । ମାତ୍ର ୬ ବର୍ଷ ବୟସରେ ସେ ଫିଲ୍ମ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମ ୧୯୫୨ରେ ରିଲିଜ ହୋଇଥିବା ଫିଲ୍ମ ‘ବୈଜୁ ବାବରା’ରେ ତାଙ୍କୁ ଅସଲୀ ପରିଚୟ ମିଳିଥିଲା । ଏହି ଫିଲ୍ମର ନିର୍ଦ୍ଦେଶକ ବିଜୟ ଭଟ୍ଟ ମହଜବୀନ ବାନୋଙ୍କୁ ଏକ ନୂଆ ନାମ ଦେଇଥିଲେ । ତାହା ହେଉଛି ମୀନା କୁମାରୀ ଯେଉଁ ନାମରେ ସେ ପ୍ରସିଦ୍ଧି ଲାଭ କରିଥିଲେ ।

meena-kumari

‘ବୈଜୁ ବାବରା’ ପରେ ମୀନା କୁମାରୀ ୧୯୫୩ ମଧ୍ୟରେ ୩ଟି ହିଟ ଫିଲ୍ମରେ କାମ କରିଥିଲେ । ସେଗୁଡିକ ହେଉଛି ଦାୟର, ଦିଘା ଏବଂ ପରିଣୀତା ସାମିଲ ରହିଛି । ପରିଣୀତାରେ ମୀନା କୁମାରୀଙ୍କ କାମକୁ ଲୋକେ ଖୁବ ପସନ୍ଦ କରିଥିଲେ । ତାଙ୍କ ଏହି ଭୂମିକା ମହିଳାମାନଙ୍କୁ ଖୁବ ପ୍ରଭାବିତ କରିଥିଲା । କୁହାଯାଏ ଯେ ଏହି ଫିଲ୍ମ ପରେ ତାଙ୍କ ଛବି ବଦଳି ଯାଇଥିଲା ଏବଂ ଲୋକେ ତାଙ୍କୁ ଟ୍ର୍ରାଜେଡୀ କ୍ୱିନ ନାମରେ ଡାକିବାକୁ ଲାଗିଲେ ।

ପରଦାରେ ଗମ୍ଭୀର ଚରିତ୍ରରେ ନଜର ଆସିଥିବା ମୀନା କୁମାରୀଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଦୁଖ ଭରାଥିଲା । ମୀନା କମାଲ ଅମରୋହୀଙ୍କ ସହିତ ବିବାହ କରିଥିଲେ । ସେ ମୀନା କୁମାରୀଙ୍କ ଠାରୁ ୧୫ ବର୍ଷ ବଡ ଥିଲେ । କିନ୍ତୁ ଦୁହିଁଙ୍କର ବିବାହ ବେଶୀ ସମୟ ତିଷ୍ଠି ରହିପାରିଲା ନାହିଁ । ୧୯୬୪ରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ଅଲଗା ହେବା ପରେ ଏହାର ପ୍ରଭାବ ମୀନାଙ୍କ ଉପରେ ପଡିଥିଲା । ଫଳରେ ସେ ମଦ୍ୟ ପାନ କରିବାକୁ ଲାଗିଲେ । ଅତ୍ୟଧିକ ମଦ୍ୟ ପାନ କାରଣରୁ ଲିଭର ସିରୋସିସରେ ୩୧ ମାର୍ଚ୍ଚ ୧୯୭୨ରେ ମାତ୍ର ୩୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More