Only for Entertainment

ସହାନୂଭୁତିର ନିଆରା ଦୃଶ୍ୟ: କୁକୁର ଛୁଆକୁ ଥଣ୍ଡା କୋପରୁ ରକ୍ଷା କରିବା ପାଇଁ କୋଳରେ ଜାବୁଡି ଧରିଛି ହଂସ !

27

ପ୍ରେମ ଶ୍ରଦ୍ଧା, ସହାନୂଭୁତି ଏସବୁ ମାନବ ସମାଜର ମାନଙ୍କ ଗୁଣ ଅଟେ ଯାହା ଅନ୍ୟର କଷ୍ଟକୁ ବୁଝିବା ପାଇଁ ପ୍ରେରଣା ଦେଇଥାଏ, ଆମକୁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇ ଥାଏ । ଆମ ମଧ୍ୟରୁ ସହାନୂଭୁତି ଭଳି ଅର୍ନ୍ତନିହିତ ଗୁଣ ଥାଇ ମଧ୍ୟ ମନୁଷ୍ୟ ଅନେକ ସ୍ଥାନରେ ଆଖି ବନ୍ଦ କରି ଆଡ ହୋଇ ଚାଲିଯାଏ । ଏସବୁ ମଧ୍ୟରେ ଉଦାହରଣ ଏବେ ସାଜୁଛନ୍ତି ଜୀବଜନ୍ତୁ ।

 

ମନୁଷ୍ୟ ମାନଙ୍କ ଭଳି ଜୀବଜନ୍ତୁ ମଧ୍ୟ ସହାନୁଭୁତି ଭାଷା ବୁଝି ପାରନ୍ତି । ସେମାନେ ନିଜ ଭିତରେ ଅନ୍ୟ ପାଇଁ ସହାନୁଭୂତି ଏବଂ ଭଲ ପାଇବାକୁ ସଜାଇ ରଖିଥାଆନ୍ତି । ଜୀବଜନ୍ତୁ ମନୁଷ୍ୟଙ୍କ ପାଇଁ ସହାନୁଭୂତି ରଖିବା ସହ ଅନ୍ୟ ପଶୁଙ୍କ ପାଇଁ ମଧ୍ୟ ଭାବପ୍ରବଣତା ରଖିଥାଆନ୍ତି । ସେମାନେ ନିର୍ଦ୍ଦୋଶ ଏବଂ ନିର୍ମଳ ଅଟନ୍ତି । ଏଠାରେ ଏକ ହଂସ ଗୋଟେ କୁକୁର ଛୁଆକୁ ନିଜ ଡେଣା ସାହାଯ୍ୟରେ ଥଣ୍ଡାରୁ ବଂଚାଇଛି, ଯାହା ଏବେ ସହାନୁଭୂତିର ଏକ ଉଦାହରଣ ସାଜିଛି ।

ଅସଲରେ ହଂସଟି ନିଜ ଡେଣା ସାହାଯ୍ୟରେ ଥଣ୍ଡାରେ କମ୍ପୁଥିବା ଛୋଟ କୁକୁର ଛୁଆକୁ କୋଳରେ ଲୁଚାଇ ଧରିଛି ଏବଂ ଥଣ୍ଡାରୁ ତାକୁ ରକ୍ଷା କରି ଡେଣା ମଧ୍ୟରେ ସୁଆଇଛି । ତେବେ ଅନ୍ୟକୁ ସବୁବେଳେ ସାହାଯ୍ୟ କରିବା ପାଇଁ ଏହି ଫଟୋର ଦୃଶ୍ୟ ପ୍ରେରଣା ସଦୃଶ ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More