Only for Entertainment

ଫୋନରେ କଥା ହେଉ ହେଉ ମହିଳା ଜଣକ ବିଛଣା ଉପରେ ବସି ପଡିଲେ, ଏହାପରେ ଘଟିଲା କିଛି ଏଭଳି !

65

ଗୋରଖପୁରରେ ଏକ ଅଜବ ଭାବେ ମହିଳା ଜଣକ ଫୋନରେ କଥା ହେଉ ହେଉ ଯୋଡା ସାପ ଉପରେ ବସି ପଡିଥିଲେ । ଏହାପରେ ସାପ ସେହି ମହିଳାଙ୍କୁ କାମୁଡି ଦେଇଥିଲେ । ଏହାଫଳରେ ମହିଳା ଜଣକର ଦୁଃର୍ଭାଗ୍ୟବଶତଃ ମୃତ୍ୟୁ ଘଟିଛି । ଏହି ଅଘଟଣ ଗୋରଖପୁର ଜିଲ୍ଲା ରିୟାଁବ ଗାଁରେ ଘଟିଛି । ଥାଇଲାଣ୍ଡରେ କାମ କରୁଥିବା ଜୟ ସିଂ ଯାଦବଙ୍କ ପତ୍ନୀ ଗୀତା ନିଜ ସ୍ୱାମୀଙ୍କ ସହ ଫୋନରେ କଥା ହେଉଥିଲେ ।

ସାପର ଏକ ଯୋଡା ତାଙ୍କ ଘରକୁ ପଶି ଆସିଥିଲେ ଏବଂ ବିଛଣାରେ ପଡି ରହିଥିଲେ । ବିଛଣାରେ ପ୍ରିଂଟେଡ ବେଡସିଟ ପଡିଥିଲା । ଗୀତା ଫୋନରେ କଥା ହୋଇ ରୁମ ଭିତରକୁ ପ୍ରବେଶ କରିଥିଲେ ଏବଂ ସାପକୁ ନ ଦେଖି ବିଛଣାରେ ବସି ପଡିଥିଲେ ।

ସାପ ତାଙ୍କୁ କାମୁଡି ଦେଇଥିଲା ଏବଂ କିଛି ମିନିଟ ପରେ ସେ ଟଳି ପଡିଥିଲେ । ପରିବାରର ଅନ୍ୟ ସଦସ୍ୟ ତାଙ୍କୁ ପାଖ ହସ୍ପିଟାଲକୁ ନେଇ ଯାଇଥିଲେ , ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପଡୋଶୀ ଫେରିବା ପରେ ମଧ୍ୟ ସେହିଭଳି ସାପ ଯୋଡାଙ୍କୁ ବିଛଣାରେ ଦେଖିଥିଲେ ରାଗରେ ସେହି ସାପ ଯୋଡାଙ୍କୁ ପିଟି ପିଟି ମାରି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More