Only for Entertainment

ଜନ୍ମଦିନରେ ଗାୟିକା ଲତା ମଙ୍ଗେସକରଙ୍କୁ ‘ଡଟର ଅଫ ଦ ନେସନ’ର ଟାଇଟେଲ ଦେବେ ସରକାର

Free Press Journal
91

୨୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବଲିଉଡ ପ୍ରଚ୍ଛଦପଟ ଗାୟିକା ଲତା ମଙ୍ଗେସକରଙ୍କୁ ତାଙ୍କ ଜନ୍ମଦିନରେ ‘ଡଟର ଅଫ ଦ ନେସନ’ର ଟାଇଟେଲରେ ସମ୍ମାନୀତ କରିବା ପାଇଁ ଯୋଜନା କରିଛନ୍ତି । ଚଳିତ ସେପ୍ଟେମ୍ବର ୨୮ରେ ଗାୟିକା ଲତା ମଙ୍ଗେସକର ୯୦ ବର୍ଷରେ ପଦାର୍ପଣ କରିବେ ।

ଲତା ମଙ୍ଗେସକର ସାତ ଦଶକ ପର୍ଯ୍ୟନ୍ତ ଭାରତୀୟ ସଙ୍ଗୀତରେ ନିଜର ଯୋଗଦାନ ଦେଇଛନ୍ତି । ସଙ୍ଗୀତ ଦୁନିଆରେ ତାଙ୍କର ଏହି ଯୋଗଦାନ ପାଇଁ ତାଙ୍କୁ ଏହି ଟାଇଟେଲରେ ସମ୍ମାନୀତ କରାଯିବ । କବି ତଥା ଗୀତକାର ପ୍ରସୂନ ଜୋଶୀ ଏହି ଅବସର ପାଇଁ ଏକ ଖାସ ଗୀତ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ସରକାରଙ୍କ ଏକ ସୂତ୍ରରୁ ଜଣାପଡିଛି ଯେ, ‘ପ୍ରଧାନମନ୍ତ୍ରୀ ମୋଦୀ ଲତା ମଙ୍ଗେସକରଙ୍କ ଭଏସର ଜଣେ ବଡ ପ୍ରଶଂସକ । ଏହା ସହିତ ଲତା ମଙ୍ଗେସକର ଦେଶର ସାମୁହିକ ଭଏସକୁ ପ୍ରତିନିଧିତ୍ୱ କରିଥାନ୍ତି । ତାଙ୍କୁ ସମ୍ମାନୀତ କରିବା ଦେଶର ଝିଅକୁ ସମ୍ମାନୀତ କରିବା ପରି । ସେଥିପାଇଁ ତାଙ୍କ ୯୦ ତମ ଜନ୍ମଦିନରେ ଅଧିକାରୀକ ଭାବେ ତାଙ୍କୁ ‘ଡଟର ଅଫ ଦି ନେସନ’ ଟାଇଟେଲରେ ସମ୍ମାନୀତ କରାଯିବ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More