Only for Entertainment

ମାଧୁରୀଙ୍କୁ ନେଇ ଗୋବିନ୍ଦାଙ୍କ ବଡ ଖୁଲାସା, ଯଦି ମାଧୁରୀ ଫିଲ୍ମକୁ ଆସିବା ପୂର୍ବରୁ ମୁଁ ବିବାହ କରିନଥାନ୍ତି ତେବେ…

जनसमाचार
29

ଖୁବଶୀଘ୍ର ଗୋବିନ୍ଦାଙ୍କ ନୂଆ ଫିଲ୍ମ ‘ରଙ୍ଗୀଲା ରାଜା’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ସଂପର୍କରେ ଆଲୋଚନା ସମୟରେ ଗୋବିନ୍ଦା ମାଧୁରୀ ଦୀକ୍ଷିତଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଗୋବିନ୍ଦା କହିଛନ୍ତି ଯେ, ମୋର ପସନ୍ଦର କଳାକାରଙ୍କ ମଧ୍ୟରୁ ମାଧୁରୀ ହେଉଛନ୍ତି ଅନ୍ୟତମ । ଯଦି ମୁଁ ବିବାହ କରିନଥାନ୍ତି, ତେବେ ନିଶ୍ଚିତ ମାଧୁରୀଙ୍କ ଆଡକୁ ନଜର ପକାଇଥାନ୍ତି ।

ଗୋବିନ୍ଦା ଏହା ମଧ୍ୟ କହିଛନ୍ତି ଯେ, ମାଧୁରୀଙ୍କ ଭଳି ନୀଲମ, କରିସ୍ମା, ଜୁହି, ରବୀନା ମୋର ପସନ୍ଦର କଳାକାର । ସେମାନଙ୍କ ସହ ମିଶି ଅନେକ ହିଟ ଫିଲ୍ମ ଦେଇଛି । ମାଧୁରୀଙ୍କ ସଂପର୍କରେ ସେ କହିଛନ୍ତି ଯେ, ମୁଁ ମାଧୁରୀଙ୍କୁ ବହୁତ ପସନ୍ଦ କରେ । ଯଦି ମାଧୁରୀ ଫିଲ୍ମକୁ ଆସିବା ସମୟରେ ମୁଁ ଅବିବାହିତ ଥାନ୍ତି, ତେବେ ନିଶ୍ଚିତ ମାଧୁରୀଙ୍କୁ ଦେଖିଥାନ୍ତି । ଆଜିର ସମୟରେ ମାଧୁରୀଙ୍କ ଭଳି ଭଲ ହିରୋଇନ ଦେଖିବାକୁ ମିଳୁନାହାନ୍ତି ।

ରିଲିଜ ହେବାକୁ ଥିବା ରଙ୍ଗୀଲା ରାଜାରେ ଗୋବିନ୍ଦା ଡବଲ ରୋଲରେ ଦେଖିବାକୁ ମିଳିବେ । ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମରେ ଶକ୍ତି କପୁର, ମିଶିକା ଚୌରାସିଆ, ଅନୁପମ ଅଗ୍ନିହୋତ୍ରୀ, ଦିଗଙ୍ଗନା ସୂର୍ଯ୍ୟବଂଶୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More