Only for Entertainment

ଗୋବିନ୍ଦା ପତ୍ନୀ ଟୀନାଙ୍କ ସହ କଲେ ଜବରଦସ୍ତ ରୋମାଂଟିକ ଡାନ୍ସ, ଭିଡିଓ ହେଉଛି ଭାଇରାଲ !

64

ଅଭିନେତା ଗୋବନ୍ଦାଙ୍କ ଝିଅ ଟୀନା ଆହୁଜା ନିକଟରେ ଏକ ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ନିଜ ଗୀତ ‘ଇସମେ ତେରା ଘାଟା’ରେ ସୁପରହିଟ ହୋଇଥିବା ସିଙ୍ଗର ଗଜେନ୍ଦ୍ର ବର୍ମା ନିଜ ନୂଆ ଗୀତ ‘ମିଲୋ ନା ତୁମ ତୋ’ନେଇ ଆସିଛନ୍ତି । କିଛି ଦିନ ପୂର୍ବେ ଏହି ଗୀତ ଲଂଚ ପାର୍ଟି ମୁମ୍ବାଇରେ ଆୟୋଜିତ ହୋଇଥିଲା । ଏହି ପାର୍ଟିରେ ସେମିତି ତ ବହୁତ କିଛି ହୋଇଥିଲା, କିନ୍ତୁ ସାମ୍ନାକୁ ଏକ ଭିଡିଓ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଗୋବିନ୍ଦା ନିଜ ପତ୍ନୀ ସୁନୀତା ଆହୁଜାଙ୍କ ଡାନ୍ସ କରୁଥିବାର ନଜର ଆସିଛନ୍ତି ।

ସୁନୀତା ଆହୁଜା ଭିଡିଓରେ ନିଜ ଝିଅଙ୍କ ଗୀତ ‘ମିଲୋ ନା ତୁମ ତୋ’ରେ ଗୀତରେ ଡାନ୍ସ କରୁଥିବାର ନଜର ଆସିଛନ୍ତି । ସୁନୀତା ଏଭଳି ଡାନ୍ସ କରିଥିଲେ ଯେ ଡାନ୍ସ କିଙ୍ଗ ବୋଲାଉଥିବା ଗୋବିନ୍ଦା ମଧ୍ୟ ଆଶ୍ଚର୍ଯ୍ୟ ରହିଯାଇଥିଲା । ଦେଖନ୍ତୁ ଭିଡିଓ-


ଗୋବିନ୍ଦା ଏବଂ ସୁନୀତା ନିଜ ଝିଅ ଡେବ୍ୟୁକୁ ନେଇ ଖୁବ ଖୁସି ଥିବା ଜଣା ପଡିଛନ୍ତି । ଟୀନାଙ୍କ ଏହି ଭିଡିଓରେ ଖୁବ ପ୍ରଶଂସା ମିଳିବାରେ ଲାଗିଛି । ତାଙ୍କ ଅନ୍ଦାଜ ମଧ୍ୟ ଖୁବ ପସନ୍ଦ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More