Only for Entertainment

ନାତି ବେକରେ ଛିଡ଼ା ହୋଇଗଲେ ଜେଜେମା, ଦେଖନ୍ତୁ ଭାଇରାଲ ଭିଡ଼ିଓ

kanaknews
135

ଯେତେବେଳେ ବାପା ମା’ ପିଲାଟିକୁ ଆକଟ କି ଗାଳି କରନ୍ତି, ସେତେବେଳେ ପିଲାଟି ତା’ର ଜେଜେ ମା’ର ଶରଣ ପଶିଥାଏ । ହେଲେ ଆଜି ଏମିତି ଏକ ଜେଜେ ମାକୁ ଦେଖିବାକୁ ମିଳିଛି, ଯାହାର ଅମାନବୀୟ ଅକଥନୀୟ ନିର୍ଯାତନାର ଶିକାର ହୋଇଛି ନିଜ ନାତି । ଓଃ… କେତେ କରୁଣ ଆଉ କେତେ ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । କ’ଣ ଏମିତି ଭୁଲ କରିଦେଇଛି ନାତି ଯେ, କଅଁଳ କଢ଼ିକୁ ଅତି ନିର୍ମମ ଭାବେ ପିଟି ଚାଲିଛି ତା’ର ନିଜ ଜେଜେ ମା ।

 

ସୂଚନା ମୁତାବକ ଭାଇରାଲ୍ ହେଉଥିବା ଏଦୃଶ୍ୟ ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଗଙ୍ଗାଧର ଗ୍ରାମର । ଗ୍ରାମର ବୃନ୍ଦାବତୀ ଚଣ୍ଡ ନାମକ ମହିଳା ତାଙ୍କ ନାତିକୁ ନିସ୍ତୁକ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି । ଏପରିକି ନାତିକୁ ଦେଉଥିବା ଯନ୍ତ୍ରଣାର ସ୍ୱର ଜେଜେ ମାର ଖାତିର ନାହିଁ । ଆଉ ଜେଜେ ମା ବୃନ୍ଦାବତୀ ଚଣ୍ଡ ସତେ ଯେମିତି ଚଣ୍ଡୀ ରୂପ ଧାରଣ କରି କେବେ ନାତିର ଗୋଡ଼ ଉପରେ ଛିଡ଼ା ହେଉଛନ୍ତ ତ କେତେବେଳେ ବେକ ଉପରେ ଚଢ଼ି ଯାଉଛନ୍ତି । ଏଭଳି ନାତିଟି ନେହୁରା ହେଉଥିଲେ ବି ଜେଜେ ମା ମୁଣ୍ଡରେ ସତେଯେମିତି ଜମ ସବାର ହୋଇଥିବା ଏହି ଭିଡ଼ିଓଟିରୁ ଦୃଶ୍ୟମାନ ହେଉଛି ।

ସେପଟେ ଏହି ଘଟଣାଟି ଭାଇରାଲ ହେବାପରେ ବାଲେଶ୍ୱର ଏସପି ବସ୍ତା ଥାନା ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ଛାନଭିନ୍ କରିବାକୁ କହିଥିଲେ । ସେପଟେ ବସ୍ତାଥାନା ଅଧିକାରୀ ଘଟଣାର ତଦନ୍ତ କରି ଜେଜେ ମାକୁ ଗିରଫ କରିଛନ୍ତି । ଏହାସହ ଘଟଣାସ୍ଥଳରେ ସିଡବ୍ଲୁସି ସଦସ୍ୟ ପହଁଚି ପିଲାଟିକୁ ଉଦ୍ଧାର କରିଛନ୍ତି । ତେବେ ଉକ୍ତ ନାବାଳକର ବାପା ମାଆ ତାକୁ ତାର ଜେଜେ ମା ପାଖରେ ଛାଡ଼ି ମୁମ୍ବାଇରେ ରହନ୍ତି ବୋଲି ଜଣାପଡ଼ିଛି । ଏଠି ପ୍ରଶ୍ନ ଉଠୁଛି ଆକଟ ଆଉ ପ୍ରେମପଣ ସମ୍ନାରେ ନିଜ କ୍ରୋଧ ଓ ଆକ୍ରୋଶର ସୀମା କ’ଣ ଏତେ ଜରୁରୀ? ବିଚାର ଆପଣଙ୍କର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More