Only for Entertainment

ଓଜନ ହ୍ରାସରେ ସହାୟକ ହୋଇଥାଏ ଗ୍ରୀନ ମଟର ।

IndiaMART
26

ମଟରରେ ଲୋ-କ୍ୟାଲୋରୀ ଏବଂ ଲୋ-ଫ୍ୟାଟ ଥାଏ । ଏହାସହ ଏଥିରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ଓଜନ ବୃଦ୍ଧି ହେବାରେ ବାଧା ସୃଷ୍ଟ କରିଥାଏ । ଯଦି ଆପଣ ବି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଭୋଜନରେ ଅଧିକରୁ ଅଧିକ ମାତ୍ରାରେ ମଟର ବ୍ୟବହାର କରନ୍ତୁ । ଏହା କୋଲେଷ୍ଟ୍ରଲ ମାତ୍ରାକୁ କମ୍ କରିବା ସହ ଅନ୍ୟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହା ବ୍ଲଡ୍ କୋଲେଷ୍ଟ୍ରଲକୁ ମଧ୍ୟ କମାଇ ଦେଇଥାଏ ।

କୋଷ୍ଠକାଠିନ୍ୟ ଏବଂ ପାଚନ ତନ୍ତ୍ର ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ ହୋଇଥାଏ । ଗ୍ରୀନ୍ ମଟରରେ ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ଥିବା ଯୋଗୁଁ ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହାବ୍ୟତିତ ଏଥିରେ କର୍କଟ ଭଳି ମାରାତ୍ମକ ରୋଗ ସହ ଲଢିବାର କ୍ଷମତା ମଧ୍ୟ ରହିଛି ।

ଗ୍ରୀନ୍ ମଟର ଖାଇବା ଦ୍ୱାରା ଦୀର୍ଘ ଦିନ ଯାଏଁ ଯବାନ ରହିଥାନ୍ତି । ବୟସ ବୃଦ୍ଧି ହେଲେ ବି କୌଣସି ପ୍ରଭାବ ପଡେ ନାହିଁ । ଏଥିରେ ପ୍ରୋଟିନ୍ ଏବଂ ଭିଟାମିନ୍ ର ମାତ୍ର ଅଧିକ ଥାଏ ଯାହା ହାଡକୁ ମଜବୁତ ରଖେ । ଯଦି ଆପଣଙ୍କ ତ୍ୱଚା ଝାଉଁଳି ଯାଇଛି ତେବେ ମଟର ପେଷ୍ଟ ଲଗାଇ ଅଧ ଘଣ୍ଟା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More