Only for Entertainment

ଗ୍ରୀନ ମଟର ପରଟା ପ୍ରସ୍ତୁତି ପ୍ରଣାଳୀ

Cooking 4 all Seasons
41

ସାମଗ୍ରୀ-
୩୫୦ ଗ୍ରାମ୍‌ ଅଟା, ଆବଶ୍ୟକ ଅନୁସାରେ ଲୁଣ, ୩୫୦ ଗ୍ରାମ୍‌ ଦର ସିଝା ଗ୍ରୀନ୍‌ ମଟର, କଞ୍ଚାଲଙ୍କା, ବଟା ଅଦା ୧ ଚାମଚ, ଅଧ ଚାମଚ ଲଙ୍କାଗୁଣ୍ଡ, ଅଧ ଚାମ ଧନିଆ ଗୁଣ୍ଡ, କଟା ଧନିଆ ପତ୍ର, ଗରମ ମସଲା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଅଟା ରଖି ସେଥିରେ ଅଧ ଚାମଚ ଲୁଣ, ୧ ଚାମଚ ତେଲ ଦେଇ ଗୋଳାନ୍ତୁ। ଏଥିରେ ପାଣି ଦେଇ ନରମ ଭାବେ ଚକଟନ୍ତୁ। ଏବେ ଦର ସିଝା ମଟରରେ ୧ଟି କଞ୍ଚାଲଙ୍କା ଏବଂ ଅଦା ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଏହାକୁ ଅନ୍ୟ ଏକ ପାତ୍ରକୁ ବାହାର କରି ଦରକାର ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଏବଂ ଧନିଆ ପତ୍ର ପକାଇ ମିଶାଇ ଦିଅନ୍ତୁ। ଏବେ ଚକଟା ହୋଇ ରହିଥିବା ଅଟାରୁ କିଛି ନେଇ ଗୁଳା ତିଆରି କରନ୍ତୁ। ଏହାକୁ ଅଳ୍ପ ବେଲିବା ପରେ ଏହା ଉପରେ ତେଲ ଲଗାନ୍ତୁ। ପରେ ଏଥିରେ ଗ୍ରୀନ୍‌ ମଟରରେ ତିଆରି ହୋଇଥିବା ମିଶ୍ରଣକୁ ପୂର ଭଳି ଦେଇ କଭର କରନ୍ତୁ। ପୁଣି ଏହାକୁ ଧିରେ ଧିରେ ବେଲନ୍ତୁ। ତାୱା ଗରମ କରି ଏହି ପରଟାକୁ ତେଲ ଦେଇ ସେକନ୍ତୁ। ଦୁଇପଟ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଗ୍ରୀନ୍‌ ମଟର ପରଟା। ଏବେ ଏହାକୁ ଆଚାର ସହିତ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More