Only for Entertainment

ବିବାହକୁ ନିଆରା କରିବା ପାଇଁ ବିବାହ ସ୍ଥଳୀରେ ରୋଡ ରୋଲର ଧରି ପହଂଚିଲେ ବର !

31

ଲୋକମାନେ ନିଜ ବିବାହକୁ ନିଆରା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏହି ମୂହୂର୍ତ୍ତକୁ ଖାସ କରିବା ପାଇଁ ଏହିଭଳି ଏକ ମାମଲା ପଶ୍ଚିମ ବଙ୍ଗଳାର ନଦିଆ ଜିଲ୍ଲାରେ ରବିବାର ଜଣେ ବର ବିବାହ ପାଇଁ ଘୋଡା ଗାଡି କିମ୍ବା କାର ନନେଇ ରୋଡ ରୋଲର ଯାଇଥିଲେ । ଏକ ସୂନା ବେପାରିଙ୍କ ପୁଅ ୩୦ବର୍ଷୀୟ ଅର୍କା ପାତ୍ରା, କୃଷ୍ଣନଗର ଉକିଲପାରାରେ ନବବଧୂଙ୍କ ଘରକୁ ରୋଡ ରୋଲରରେ ଆସିଥିଲେ । ଏହାଦେଖି ସେଠାରେ ଉପସ୍ଥିତ ସମସ୍ତ ବନ୍ଧୁବାନ୍ଧବ ଚକିତ ହୋଇଯାଇଥିଲେ ।

ଏହା ପରେ ପାତ୍ରା କହିଛନ୍ତି ଯେ ସେ ନିଜ ବିବାହକୁ ନିଆରା ଏବଂ ଖାସ ମୂହୁର୍ତ୍ତ ବନାଇବା ପାଇଁ ଏପରି କରିଥିଲେ । ସେ ଏକ ଦାମୀ କାର ନେଇ ପାରିଥାଆନ୍ତେ , ମାତ୍ର ଏଥିରେ କିଛି ଖାସ ହୋଇ ନଥାଆନ୍ତା । ଏହିକାରଣରୁ ସେ ଏଭଳି କରିଥିଲେ । ଏହିପରି ସେ ବିବାହ ସ୍ଥାନରେ ପହଂଚିବେ ବୋଲି କେହି ଜାଣିନଥିଲେ ମାତ୍ର ସେ ତାଙ୍କ ଭାବୀ ପତ୍ନୀଙ୍କୁ ଏ ସମ୍ପର୍କରେ କହିଥିଲେ । ସେ ତାଙ୍କ କଥା ସହମତି ପ୍ରଦାନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More