Only for Entertainment

ରିଲିଜ ହେଲା ଫିଲ୍ମ ଗୁଡି ଆଣ୍ଡ ଗୁଡିର ଅଡ଼ିଓ

odialinfo
0 39

ନୂଆ ବର୍ଷ ହେବା ମାତ୍ରେ ମନରେ କେତେକ ନୂଆ ଭାବନା ସଂଚାର ହୋଇଥାଏ । ତାହା ଘରଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ । ସମସ୍ତେ କିଛି କିଛି ନୂଆ କରିବାକୁ ଚାହାଁନ୍ତି । କେବଳ ସାଧାରଣ ମଣିଷ ନୁହଁନ୍ତି ବରଂ ସେଲିବ୍ରେଟି ମାନେ ମଧ୍ୟ ନୂଆ ବର୍ଷରେ ଫିଲ୍ମ ରିଲିଜକୁ ନେଇ ଖୁବ ବ୍ୟସ୍ତ ରୁହନ୍ତି । ଯାହା ଦର୍ଶାଇଥାଏ ତାଙ୍କ ଫିଲ୍ମର ଅଡିଓ ରିଲିଜ ଠାରୁ ଆରମ୍ଭ କରି ଫିଲ୍ମର ଟ୍ରେଲର ପର୍ଯ୍ୟନ୍ତ । ତେବେ ଓଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ସେଥିରୁ ବାଦ ପଡ଼ିନାହିଁ ।

ବାସ୍ତବରେ ଗତକାଲି ଫିଲ୍ମ ଗୁଡୁ ଆଣ୍ଡ ଗୁଡିର ଅଡ଼ିଓ ରିଲିଜ କାର୍ଯ୍ୟ ଶେଷ ହୋଇଛି । ଫିଲ୍ମଟି ଏକ ଭିନ୍ନ ଅନ୍ଦାଜରେ ନିର୍ମାଣ ହୋଇଛି । ଯେଉଁଠାରେ ଦର୍ଶକ ଫିଲ୍ମ ମଧ୍ୟରେ ଆଉ ଏକ ଫିଲ୍ମ ଦେଖିବାର ସୁଯୋଗ ପାଇବେ । ଫିଲ୍ମର ପ୍ରଯୋଜକ ସୂର୍ଯ୍ୟକାନ୍ତ ସାମଲ ନାୟକ ଭାବରେ ଅଭିନୟ କରୁଥିବା ବେଳେ ବେଙ୍ଗଲି ନାୟିକା ହିମିକା ତାଙ୍କ ବିପକ୍ଷରେ ନଜର ଆସିବେ । ଏହା ବ୍ୟତୀତ ସଙ୍ଗୀତ ନିର୍ଦ୍ଦେଶକ ସିତୁ ଓ ସଂଜୟ ଥିବାବେଳେ ଶୁଭାଶିଷ ପତି ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି । ଏହା ବ୍ୟତୀତ ଫିଲ୍ମରେ ଦୁଷ୍ମନ୍ତ ପତି ଏବଂ ମିହିର ଦାସ ଆଦି ନଜର ଆସିବେ । ତେବେ ଫିଲ୍ମର ନାୟିକା ହିମିକା ଏହା ପୂର୍ବରୁ ‘ଗୁଣ୍ଡା’ରେ ମଧ୍ୟ ଅଭିନୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More