Only for Entertainment

ଭିକ୍କି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂ’ରେ ନଜର ଆସିବେ ଏହି ଅଭିନେତ୍ରୀ, ପ୍ରଥମଥର ପାଇଁ ଅଭିନେତାଙ୍କ ସହିତ କରିବେ ସ୍କ୍ରିନ ସେୟାର

republicworld
38

ନିର୍ଦ୍ଦେଶକ ସୁଜିତ୍‍ ସରକାରଙ୍କ ଆଗାମୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ ସିଂ’ ପାଇଁ ଅଭିନେତ୍ରୀଙ୍କ ନାମ ଘୋଷଣା ହୋଇଯାଇଛି । ଏହି ଫିଲ୍ମରେ ଉରି ଷ୍ଟାର୍‍ ଭିକ୍କି କୌଶାଲଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ ଏଥିରେ ତାଙ୍କ ବିପକ୍ଷରେ ବନିତା ସାନ୍ଧୁଙ୍କୁ ଅଭିନେତ୍ରୀ ଭାବେ ସାଇନ୍‍ କରାଯାଇଥିବା ଜଣାପଡ଼ିଛି । ଏହି ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ସୁଜିତ୍‍ ସରକାରଙ୍କ ସହ ପୂର୍ବରୁ କାମ କରିସାରିଛନ୍ତି । ସୁଜିତ୍‍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅକ୍ଟୋବର’ରେ ବନିତା କାମ କରିଥିଲେ । ଏହା ଥିଲା ବନୀତାଙ୍କ ଡେବ୍ୟୁ ଫିଲ୍ମ । ଏହି ଫିଲ୍ମଟି ଆସନ୍ତା ବର୍ଷ ୨ ଅକ୍ଟୋବରରେ ରିଲିଜ୍‍ ହେବ ।

 

 

View this post on Instagram

 

hotel room series 🗝

A post shared by Banita Sandhu (@banitasandhu) on

ବନିତା ଫିଲ୍ମଟିକୁ ନେଇ ଏକ୍ସାଇଟେଡ୍‍ ଥିବା ସହ ପଞ୍ଜାବରେ ଏହାର ସୁଟିଂ ଚାଲିଥିବା କହିଛନ୍ତି । ‘ସର୍ଦ୍ଦାର ଉଦ୍ଧମ ସିଂ’ରେ ଏଣ୍ଟ୍ରି କଲେ ବନିତା ଭିକ୍କି କୌଶାଲଙ୍କ ଅପୋଜିଟ୍‍ କାମ କରିବାକୁ ନେଇ ସୁଯୋଗ ମିଳିବା ସହ ପୁରୁଣା ଟିମ୍‍ ସହିତ କାମ କରୁଥିବାରୁ ବେଶ୍‍ ଖୁସିଥିବା କହିଛନ୍ତି ବନିତା । ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଭିକ୍କି ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏଇ ନିକଟରେ ତାଙ୍କର ଫାଷ୍ଟ୍‍ ଲୁକ୍‍ ଜାରି କରାଯାଇଥିଲା । କୁହାଯାଉଛି ଯେ, ଭିକ୍କି ଏହି ରୋଲଟିକୁ କରିବା ପାଇଁ ୧୩ କେଜି ଓଜନ ହ୍ରାସ କରିଛନ୍ତି ।

ସୂଚନା ଥାଉ ଯେ, କାହାଣୀର ମୁଖ୍ୟ ଚରିତ୍ର ସର୍ଦ୍ଦାର ଉଦ୍ଧମ ସିଂ ଜାଲିଆନ୍‍ୱାଲା ବାଗ୍‍ ଗୁଳିକାଣ୍ଡର ପ୍ରତଶୋଧ ନେବା ପାଇଁ ଇଂରେଜ ଅଧିକାରୀ ମାଇକଲ ଓ ଡାଏରଙ୍କ ହତ୍ୟା କରିଦେଇଥିଲେ । ତାଙ୍କୁ ଇଂରେଜ ସରକାର ଦ୍ୱାରା ହତ୍ୟା ଅଭିଯୋଗରେ ପେଣ୍ଟେନ୍‍ଭାଇଲ୍‍ ଜେଲରେ ୧୯୪୦ ଜୁଲାଇ ୩୧ରେ ଫାଶୀ ଦିଆଯାଇଥିଲା । କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ହରର୍‍ ଫିଲ୍ମ ‘ଭୁତ୍‍-ପାର୍ଟ ୱାନ୍‍:ଦି ହଣ୍ଟେଡ୍‍ସିପ୍‍’ ଏବଂ କରଣଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ‘ତଖ୍‍ତ’ରେ ଭିକ୍କି ଅଭିନୟ କରୁଛନ୍ତି । ଏଥିରେ ରଣବୀର ସିଂ, କରୀନା କପୁର ଖାନ୍‍, ଆଲିଆ ଭ… ଏବଂ ଭୂମି ପେଡନେକର ପ୍ରମୁଖ ଅଭିନୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More