Only for Entertainment

ଅନଲାଇନରୁ ଖାଦ୍ୟ ଅର୍ଡର କରି ଫସିଲେ ଗ୍ରାହକ, ଆପଣ ମଧ୍ୟ ହୋଇଯାଆନ୍ତୁ ସାବଧାନ

punjabkesari
33

ଅନଲାଇନରେ ଖରାପ ଖାଦ୍ୟ ଆସିବା ଖବର ତ ଆପଣ ପୂର୍ବରୁ ଶୁଣିଥିବେ, କିନ୍ତୁ ଏହିଥର ଏଭଳି ଏକ ଖବର ଆସିଛି ଯାହା ଆପଣଙ୍କ ହୋଶ ଉଡ଼ାଇଦେବ । ଆଜ୍ଞା ହଁ ଯଦି ଆପଣ ମଧ୍ୟ ଖାଦ୍ୟ ଅର୍ଡର କରି ଖାଇବାକୁ ଖୁବ ପସନ୍ଦ କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ ।

ବାସ୍ତବରେ ଅହମଦାବାଦରେ ଜଣେ ବ୍ୟକ୍ତି ଜୋମାଟୋରୁ ଦୁଇଟି ପିଜ୍ଜା ଅର୍ଡର କରିଥିଲେ । ଦୁଇ ଦୁଇଟି ପିଜ୍ଜା ଖରାପ ବାହାରିଲା । ଯେତେବେଳେ ବ୍ୟକ୍ତି ଜଣକ କମ୍ପାନୀକୁ କଲ କଲେ କୌଣସି ଖବର ଆସିଲା ନାହିଁ । କିନ୍ତୁ କିଛି ସମୟ ପରେ ବ୍ୟକ୍ତିଙ୍କୁ ଏକ କଲ ଆସିଲାଯେ ସେ ଜୋମାଟୋ କମ୍ପାନୀରୁ କହୁଛନ୍ତି । ସେ ଫୋନରେ ଗ୍ରାହକ ଜଣଙ୍କ ଠାରୁ ପୂରା ଖବର ନେଇଗଲେ, ଏହାପରେ ତାଙ୍କ ଆକାଉଂଟରୁ ୬୦ ହଜାର ଟଙ୍କା ଗାୟବ ହୋଇଗଲା । ସେହି ବ୍ୟକ୍ତିଙ୍କ ଭାଇ ଜୋମାଟୋ କର୍ମଚାରୀ କହି ଫୋନ କରିଥିବା ବ୍ୟକ୍ତିକୁ ହେଲ୍ପଲାଇନ କର୍ମଚାରୀ ବୋଲି ଭାବିଲେ । କଲର ଜଣକ ଫୋନରେ ଏକ ଲିଙ୍କ ପଠାଇବା କଥା କହି ସବୁ ଖବର ନେଇଗଲା ଏବଂ ହଠାତ ସେହି ବ୍ୟକ୍ତିଙ୍କ ଆକାଉଂଟରୁ ୫ ହଜାର ଟଙ୍କା ଗାୟବ ହୋଇଗଲା । ତେବେ ଖାଇବା ଅର୍ଡର କରି ବ୍ୟକ୍ତି ଜଣକ ଫସି ଯାଇଛନ୍ତି । ବ୍ରକ୍ତି ଜଣକ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି ଏବଂ ପୋଲିସ ଏହାର ଯାଂଚ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More