Only for Entertainment

ବିବାହର ତିନି ଦିନ ପରେ ଗର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ପହଁଚିଲା ‘ଠକ ସ୍ୱାମୀ’, କ୍ରେଡିଟ କାର୍ଡ ଖୋଲିଲା ରହସ୍ୟ

The Gottman Institute
185

ଗୁରୁରାଟର ଜଣେ ଠକ ସ୍ୱାମୀ ଏବେ ଚର୍ଚ୍ଚାରେ ରହିଛି । ଏହି ଠକ ସ୍ୱାମୀ ଜଣକ ବିବାହର ଠିକ ତିନି ଦିନ ପରେ ଗର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ଯାଇଥିଲା । ଆଉ ଏହାର ରହସ୍ୟ ପତ୍ନୀ କ୍ରେଡିଟ କାର୍ଡରୁ ପାଇଥିଲେ ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଏହି ମାମଲାଟି ଗୁଜୁରାଟର ରାଜଧାନୀ ଗାନ୍ଧୀନଗରର । ଖବର ଅନୁସାରେ ସ୍ୱାମୀ ଜଣଙ୍କ ବିବାହର ୩ଦିନ ପରେ ଘରୁ ବାହାରିବା ବେଳେ ପତ୍ନୀକୁ କହିଥିଲେ ଯେ ସେ କାମରେ ସହର ବାହାରକୁ ଯାଉଛନ୍ତି । କିନ୍ତୁ ସେ ବାହାରକୁ ଯାଇ ଗର୍ଲଫ୍ରେଣ୍ଡ ସହିତ ହୋଟେଲରେ ସମୟ ବିତାଇଥିଲେ ।

ଏହାର କିଛି ଦିନ ପରେ ପତ୍ନୀ ସ୍ୱାମୀଙ୍କ କ୍ରେଡିଟ କାର୍ଡ ବିଲ ଦେଖିବା ବେଳେ ସେଥିରେ ହୋଟଲର ବିଲ ଦେଖିଥିଲେ । ଆଉ ଏହି ହୋଟଲ ବିଲ ସେହିଦିନର ହିଁ ଥିଲା ଯେଉଁଦିନ ସ୍ୱାମୀ କାମ ଅଛି ବୋଲି କହି ସହରରୁ ବାହାରକୁ ଯାଇଥିଲା । ଏହା ଜାଣିବା ପରେ ପତ୍ନୀ ନିଜ ଭାଇଙ୍କୁ ଏହା ବିଷୟରେ କହିଥିଲେ ।

ଜାଂଚ କରିବା ପରେ ଜଣା ପଡିଲା ଯେ ମହିଳାଙ୍କ ସ୍ୱାମୀର ଆଉ ଜଣେ ଯୁବତୀ ସହିତ ସମ୍ପର୍କ ଅଛି । ଏବଂ ସେହି ଯୁବତୀଙ୍କ ସହିତ ସେ ହୋଟେଲରେ ରହିଥିଲା । ଏହା ପରେ ମହିଳା ଜଣଙ୍କ ଶାଶୁ ଘରେ ସମସ୍ତଙ୍କୁ ଏହା ବିଷୟରେ ଜଣାଇଥିଲେ ମାତ୍ର ଏହାକୁ ସେମାନେ ସାମାନ୍ୟ ଭାବେ ନେଇଥିଲେ । ତାଙ୍କ ପୁଅ ଏହି ଅଭ୍ୟସ ଠିକ କରିନେବ ବୋଲି କହିଥିଲେ ମାତ୍ର ଏହା ହୋଇନଥିଲା ମହିଳାଙ୍କ ସ୍ୱାମୀ ଗର୍ଲଫ୍ରେଣ୍ଡ ସହିତ ସମ୍ପର୍କ ବଢାଇବାକୁ ଲାଗିଥିଲା ।

ମହିଳାଙ୍କୁ ଶାଶୁଘର ଲୋକେ ହଇରାଣ କରିବାକୁ ଲାଗିଲେ ଏବଂ ଛାଡପତ୍ର ପାଇଁ ଚାପ ପକାଇଥିଲେ । ଶେଷରେ ମହିଳା ଜଣଙ୍କ ମହିଳା ପୋଲିସ ଷ୍ଟେସନରେ ପହଁଚି ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରେଧରେ ଅଭିଯୋଗ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More