Only for Entertainment

ଜନବସତିରେ କୁମ୍ଭୀର ଆତଙ୍କ ! କୁକୁର ଉପରକୁ ଆକ୍ରମଣର ଭିଡିଓ ଭାଇରାଲ

Oneindia
201

ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ହୋଇଛି । ଅଧିକାଂଶ ଅଂଚଳର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବନ୍ୟା ବିପନ୍ନଙ୍କ ପାଇଁ ଉଦ୍ଧାରକାରୀ ଦଳ ସତେଯେମିତି ରକ୍ଷାକାରୀ ସାଜିଛନ୍ତି ଏହି । ତେବେ ଏହାରି ଭିତରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଜଳ ଘେରରେ ଥିବା ଲୋକଙ୍କ ଭୟକୁ ବଢ଼ାଇ ଦେଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସହର ଭିତରେ ଜନବସତିରେ ବନ୍ୟା ଜଳରେ ଏକ କୁମ୍ଭୀର ଖେଳୁଥିବାର ଦେଖାଯାଇଥିଲା । ଏପରିକି କୁମ୍ଭୀରଟି ଏକ ଘରର ଗେଟ୍ ନିକଟକୁ ପହଁରି ପହଁରି ପହଁଚି ଯାଇଛି । ଏବଂ ସେଠାରେ ପାଣି ଭିତରେ ଥିବା ଗୋଟିଏ କୁକୁରକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଛି । ତେବେ କୁକରଟି ଖସି ଯାଉଛି । ହେଲେ ଘରର ଛାତ ଉପରେ ଥିବା ଲୋକମାନେ ଏହି ଦୃଶ୍ୟ ଦେଖିବା ପରେ ଭୟ ଓ ଆଶଙ୍କାରେ ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More