Only for Entertainment

ଗଲିବଏ ଟିଜର ରିଲିଜ,ର‌୍ୟାପ କରୁଥିବାର ନଜର ଆସିଲେ ରଣବୀର ।

28

ରଣବୀର ସିଂ ଏବଂ ଆଲିୟା ଭଟ୍ଟ ଷ୍ଟାରର ଫିଲ୍ମ ଗଲି ବଏର ଟିଜର ରିଲିଜ ହୋଇଛି । ଟିଜରରେ ହିପଅପର ବାସ୍ତବ ଦୁନିଆକୁ ଦର୍ଶାଯାଇଛି । ଏହା ସହିତ ଫିଲ୍ମର ଟ୍ରେଲର ରିଲିଜ ଡେଟ ମଧ୍ୟ ଘୋଷଣା କରାଯାଇଛି । ୧ ମିନିଟ ୩୦ ସେକେଣ୍ଡର ଏହି ଭିଡ଼ିଓରେ ରଣବୀର ସିଂ ର‌୍ୟାପ କରୁଥିବାର ନଜର ଆସିଛନ୍ତି । ଏହା ସହିତ ରଣବୀରଙ୍କ ହିପଅପ ଦୁନିଆର ଝଲକ ମଧ୍ୟ ନଜର ଆସିଛି ।

ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଏକ ର‌୍ୟାପର କିପରି ଗରୀବରୁ ଧନୀ ହୋଇଛନ୍ତି, ତାହା ଦର୍ଶାଯାଇଛି । ଫିଲ୍ମରେ ଆଲିୟା ଭଟ୍ଟ ଏବଂ କଳକୀ କୋଚଲିନ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ୯ ଜାନୁୟାରୀରେ ଫିଲ୍ମର ଟ୍ରେଲର ରିଲିଜ ହେବ । ତେବେ ୧୪ ଫେବୃୟାରୀ ଅର୍ଥାତ ଭାଲେଂଟାଇନ୍ସ ଡେ’ରେ ଫିଲ୍ମ ରିଲିଜ ହେବାକୁ ଯାଉଛି ।

ଫିଲ୍ମର କାହାଣୀ ମୁମ୍ବାଇର ରାସ୍ତା କଡ଼ର ର‌୍ୟାପର୍ସଙ୍କ ଜୀବନୀକୁ ନେଇ ନିର୍ମିତ । ରଣବୀର ର‌୍ୟାପର ଭୂମିକାରେ ନଜର ଆସିବେ । ଏହାର ପୋଷ୍ଟର ରଣବୀର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ୱର୍କ ଫ୍ରଂଟ କଥା ଆଲୋଚନ କରିବା ତ ରଣବୀର ଏବେ ଫିଲ୍ମ ସିମ୍ବାରେ ନଜର ଆସିଛନ୍ତି । ଯାହା ବକ୍ସ ଅଫିସରେ ଧମାଲ ଖେଳାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More