Only for Entertainment

ମଲାଲାଙ୍କ ଜନ୍ମଦିନରେ ରିଲିଜ କରାଗଲା ତାଙ୍କ ବୟୋପିକ ‘ଗୁଲମକଈ’ର ଟିଜର ।

zeenews
0 29

ପରମ୍ପରାଗତ ପୋଷାକ ଏବଂ ମୁଣ୍ଡରେ ଓଢଣୀ ଦେଖିବାକୁ ସେ ନିଜ ବୟସର କୌଣସି ସାଧାରଣ ଝିଅ ଭଳି ଦିଶୁଛନ୍ତି , ମାତ୍ର ସବୁଠାରୁ କମ ବୟସରେ ନୋବେଲ ପୁରଷ୍କାର ହାସିଲ କରିଥିବା ପାକିସ୍ତାନର ମଲାଲା ୟୂସୁଫଜଈ, ଯାହାଙ୍କ ଜୀବନ ଉପରେ ଖୁବ ଶୀଘ୍ର ଏକ ଫିଲ୍ମ ସାମ୍ନାକୁ ଆସିବାକୁ ଯାଉଛି । ଆଜି ମଲାଲା ନିଜର ୨୧ତମ ଜନ୍ମଦିନ ପାଳନ କରୁଛନ୍ତି ଏବଂ ଏହିଦିନ ମଲାଲାଙ୍କ ବାୟୋପିକର ପ୍ରଥମ ଲୁକ ରିଲିଜ କରାଯାଇଛି । ମଲାଲାଙ୍କ ଉପରେ ଏହି ଫିଲ୍ମ ନିର୍ଦ୍ଦେଶକ ଅମଜଦ ଖାନ ନେଇ ଆସୁଛନ୍ତି ଏହାର ପ୍ରଥମ ଲୁକରେ ଖେଳୁଥିବା ଏବଂ ସ୍କୁଲ ଯାଉଥିବା ମଲାଲାଙ୍କ ଲୁକ ଦେଖିବାକୁ ମିଳିଛି ।

ଗୁଲମକଇ’ ଟାଇଟଲର ଏହି ଫିଲ୍ମରେ ପ୍ରଥମ ଲୁକରେ ଅଭିନେତ୍ରୀ ଦିବ୍ୟା ଦତ୍ତାଙ୍କ ସ୍ୱରରେ ମଲାଲା ନାଁରେ ଥିବା କାହାଣୀ କୁହାଯାଇଛି । ଅସଲରେ ମଲାଲା ଗୁଲମକଈ ନାଁରେ ବିବିସିରେ ନିଜର ଲେଖା ଲେଖୁଥିଲେ । ମଲାଲା ୧୧ବର୍ଷ ବୟସରେ ପାକିସ୍ତାନର ସୁନ୍ଦର ସ୍ଥାନରେ ସ୍ୱାତରେ ତାଲିବାନଙ୍କ ଜୁଲମ ଉପରେ ବିବିସିରେ ‘ଗୁଲମକଈ’ଛଦ୍ମ ନାଁରେ ସବୁ ସପ୍ତାହରେ ଲେଖୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More