Only for Entertainment

ଚୋରିର ଆରୋପ ଠାରୁ ଅଣ୍ଡରୱାଲ୍ଡଙ୍କ ଧମକ ପର୍ଯ୍ୟନ୍ତ ମିଳିଥିଲା ଗୁଲସନ କୁମାରଙ୍କୁ, ଜାଣନ୍ତୁ ତାଙ୍କ ଜନ୍ମଦିନରେ କିଛି ଅଜଣା କଥା ।

IBTimes India
0 45

୫ ମେ’ ଅର୍ଥାତ ଆଜି ଗୁଲସଲ କୁମାରଙ୍କ ଜନ୍ମଦିନ । ଯଦି ଗୁଲସନ କୁମାର ଆଜି ଆମ ଗହଣରେ ରହିଥାନ୍ତେ ତେବେ ସେ ୬୨ ବର୍ଷରେ ପଦାର୍ପଣ କରିଥାନ୍ତେ । ଗୁଲସନ କୁମାର ମ୍ୟୁଜିକ ଦୁନିଆକୁ ଏକ ନୂଆ ପରିଚୟ ଦେଇଛନ୍ତି । ଦିଲ୍ଲୀର ଏକ ଛୋଟ ଅଂଚଳରୁ ଆସି ମୁମ୍ବାଇରେ ରାଜ କରିଥିଲେ ସେ । କିନ୍ତୁ ତାଙ୍କ ସଫଳତାରେ ବୋଧ ହୁଏ ଅନେକ ଲୋକ ଖୁସି ନଥିଲେ । ସେଥିପାଇଁ  ୧୨ ଅଗଷ୍ଟ ୧୯୯୭ ରେ ତାଙ୍କୁ ହତ୍ୟା କରାଯାଇଥିଲା । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା ଅଜଣା କଥା ।

gulshan kumar

ପିଲାଦିନେ ଗୁଲସନ କୁମାର ଜୁସ ଦୋକାନରେ ତାଙ୍କ ପିତାଙ୍କୁ ସାହାର୍ଯ୍ୟ କରୁଥିଲେ । ସେହି ସମୟରୁ ତାଙ୍କର ବିଜନେସ ପ୍ରତି ଆଗ୍ରହ ବଢିଥିଲା । ଜୁସ ଦୋକାନରୁ ଯେଉଁ ଅର୍ଥ ମିଳୁଥିଲା ତାକୁ ସେ ଅନେକ ଭଲ କାମରେ ଲଗାଇଥିଲେ । ଗୁଲସନ ନିଜ ଧନର ଅଧା ଅଂଶ ସମାଜ ସେବା ପାଇଁ ଦାନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ । ସେ ବୈଷ୍ଣୋ ଦେବୀ ମନ୍ଦିରରେ ଏକ ଭଣ୍ଡାର ମଧ୍ୟ ନିର୍ମାଣ କରିଥିଲେ । ସେଠାରେ ଆଜି ମଧ୍ୟ ତୀର୍ଥଯାତ୍ରୀଙ୍କ ପାଇଁ ମାଗଣାରେ ଭୋଜନ ଉପଲବ୍ଧ ହୋଇଥାଏ ।

ଗୁଲସନଙ୍କ ଉପରେ ଚୋରିର ଆରୋପ ମଧ୍ୟ ଲାଗାଯାଇଥିଲା । ସାଉଣ୍ଡ ଟ୍ରାକକୁ କମ ଦାମରେ ବିକୁଥିବାକୁ ନେଇ ପଚରାଯିବାରୁ ସେ ଏହାକୁ ଖଣ୍ଡନ କରିଥିଲେ ।

gulshan-kumar

୧୦ ବର୍ଷ ମଧ୍ୟରେ ଗୁଲସନ କୁମାର ଟି- ସିରିଜର ବିଜନେସକୁ ୩୫୦ ମିଲିୟନରେ ପହଁଚାଇଥିଲେ । ସେ ସୋନୁ ନିଗମ, ଅନୁରାଧା ପୋଡୱାଲ ଏବଂ କୁମାର ସାନୁଙ୍କ ପରି ଅନେକ ସିଙ୍ଗରଙ୍କୁ ବଲିଉଡରେ ଲଂଚ କରିଥିଲେ ।

୧୯୯୨ରେ ଗୁଲସନ କୁମାର ଭାରତର ସବୁଠାରୁ ଅଧିକ ଟ୍ୟାକ୍ସ ଦେବା ବ୍ୟକ୍ତି ଥିଲେ । ଅଣ୍ଡରୱାଲ୍ଡ ଡନ ଅବୁ ସଲେମ ତାଙ୍କୁ ପ୍ରିତି ମାସରେ ୫ ଲକ୍ଷ ନଙ୍କା ଦେବା ପାଇଁ କହିଥିଲେ କିନ୍ତୁ ସେ ଏହାକୁ ଦେବାକୁ ମନା କରିଦେଇଥିଲେ । ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥିଲା ।

mere-papa-lyrics-tulsi-kumar

ଅନୁରାଧା ପୋଡୱାଲ ଗୁଲସନ କୁମାରଙ୍କୁ ପ୍ରିୟ ଗାୟିକା ଥିଲେ । ସେଥିପାଇଁ ଦୁହିଁଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଗୁଲସନଙ୍କ ନିଧନ ପରେ ତାଙ୍କ ପୁଅ ଭୁଷଣ କୁମାର ତାଙ୍କ ବିଜନେସକୁ ସମ୍ଭାଳିଥିଲେ । ତାଙ୍କ ଝିଅ ତୁଳସୀ କୁମାର ମଧ୍ୟ ବଲିଉଡର ଜଣେ ଲୋକପ୍ରିୟ ସିଙ୍ଗର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More