Only for Entertainment

ସାମ୍ନାକୁ ଆସିଲା Dahi Cheeni ର ପ୍ରଥମ ଲୁକ, ଆର ମାଧବନଙ୍କ ସହିତ ନଜର ଆସିବେ ଗୁଲସନ କୁମାରଙ୍କ ଝିଅ

Hindi Rush
30

ବଲିଉଡ ଅଭିନେତା ଆର ମାଧବନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆର ମାଧବନ ଖୁବ ଶୀଘ୍ର ଫିଲ୍ମ ‘ଦହି ଚିନି’ରେ ନଜର ଆସିବେ । ସବୁଠାରୁ ଖାସ କଥା ହେଉଛି ଫିଲ୍ମରେ ସେ ଗୁଲସନ କୁମାରଙ୍କ ଝିଅ ଖୁଶାଲୀ କୁମାର ସହିତ ନଜର ଆସିବେ । ଆଜ୍ଞା ହଁ, ଏହି ଫିଲ୍ମ ଜରିଆରେ ଖୁଶାଲୀ କୁମାର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଖୁଶାଳୀଙ୍କ ଏହି ଫିଲ୍ମର ଘୋଷଣା ନକଟରେ କରାଯିବା ସହିତ ଫିଲ୍ମର ପ୍ରଥମ ଲୁକ ମଧ୍ୟ ଜାରି କରାଯାଇଛି ।

ଜଣା ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ଫିଲ୍ମର ପ୍ରଥମ ଲୁକ ସେୟାର କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅ ଛନ୍ତି ଅଶ୍ୱିନ ମଣି । ନିର୍ଦ୍ଦେଶକ ଭାବେ ଏହା ଆଶ୍ୱିନଙ୍କ ପ୍ରଥମ ଫିଲ୍ମ ହେବ ।

ପ୍ରଥମ ଥର ପାଇଁ ଫିଲ୍ମରେ ଆର ମାଧବନଙ୍କ ସହିତ ଖୁଶାଳୀ ପରଦାରେ ନଜର ଆସିବେ । କୁହାଯାଉଛି ଏହା ଏକ ଲଭ ଷ୍ଟୋରୀ କିନ୍ତୁ ଦର୍ଶକ ଏଥିରେ କମେଡିର ତଡକା ମଧ୍ୟ ଦେଖିବାକୁ ପାଇବେ । ଅଗଷ୍ଟ ମାସରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More