Only for Entertainment

ଗୁଲସନ କୁମାରଙ୍କ ଝିଅ ଖୁସାଲୀ କୁମାର ‘ଦହି-ଚିନି’ରୁ କରିବେ ବଲିଉଡରେ ଡେବ୍ୟୁ !

42

ଗୁଲସନ କୁମାରଙ୍କ ଝିଅ ଖୁସାଲୀ କୁମାର ଆର.ମାଧବନଙ୍କ ସହ ‘ଦହିଚିନି’ରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଫିଲ୍ମରେ ଓକିଲ ଭୂମିକାରେ ନଜର ଆସିବେ । ଏଥିପାଇଁ ସେ ଏବେ ଠାରୁ ଅଭ୍ୟାସ ଆରମ୍ଭ କରିଦେଲେଣି ।

ଫିଲ୍ମକୁ ନେଇ ଖୁସାଲୀ କହିଛନ୍ତି ଯେ ନିଜ ଫିଲ୍ମ ପାଇଁ ସେ ବଡ ବଡ ଓଳିଲଙ୍କ ସହ କଥା ହୋଇ ଆଇନ କାନୁନ ତାଲିମ ନେବା ଆରମ୍ଭ କରିଦେଲେଣି । ସେ ଏମାନଙ୍କ କାମକୁ ବୁଝିବା ପାଇଁ ଅଦାଲତ ମଧ୍ୟ ଯାଇ ଆସିଛନ୍ତି ଏବଂ ସେଠାରେ ସେମାନଙ୍କ ପ୍ରତିକ୍ରିୟାକୁ ଦେଖି ଏହାକୁ ଫଲୋ ମଧ୍ୟ କରିଛନ୍ତି ।


ସେ ଜଣେ ମହିଳା ଓକିଲଙ୍କୁ ମଧ୍ୟ ଭେଟ କରିଛନ୍ତି ଏବଂ ତାଙ୍କ ସହ ଫଟୋ ଉଠାଇବା ଏବଂ ଛିଡା ହେବା ଏକ ବଡ ସମ୍ମାନ ବୋଲି କହିଛନ୍ତି ଖୁସାଲୀ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଶ୍ୱିନ ନୀଲ ମଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More