Only for Entertainment

ବବି ଦେଓଲ, ମନୀଷା କୋଏରାଲା ଏବଂ କାଜୋଲଙ୍କ ସୁପରହିଟ ଫିଲ୍ମ ‘ଗୁପ୍ତ’ର ପ୍ର୍ରସ୍ତୁତ ହେବ ସିକ୍ୱେଲ !

29

ଚଳିତ ବର୍ଷ ୧୯୯୭ରେ ରିଲିଜ ହୋଇଥିବା ‘ଗୁପ୍ତ’ ଫିଲ୍ମରେ ବବି ଦେଓଲ, ମନୀଷା କୋଏରାଲା ଏବଂ କାଜୋଲ ମୁଖ୍ୟ ଭୂମିକା ତୁଲାଇଥିଲେ । ବଲିଉଡରେ ଜଣାଶୁଣା ନିର୍ଦ୍ଦେଶକ ରାଜୀବ ରାୟ ନିଜ ସୁପରହିଟ ଫିଲ୍ମ ‘ଗୁପ୍ତ’ର ସିକ୍ୱେଲ ବନାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ତ୍ରିଦେବୀ, ବିଶ୍ୱାତ୍ମା, ମୋହରା ଏବଂ ଗୁପ୍ତ ଭଳି ସଫଳତା ପାଇଥିବା ଫିଲ୍ମ ବନାଇଥିବା ନିର୍ଦ୍ଦେଶକ ରାଜୀବ ରାୟ ଅନେକ ଦିନ ହେବ ଫିଲ୍ମ ଜଗତରେ ସକ୍ରିୟ ନାହାନ୍ତି । ରାଜୀବ ରାୟ ଫିଲ୍ମ ଇଣ୍ଡଷ୍ଟ୍ରିରେ କମବ୍ୟାକ କରିପାରନ୍ତି । ସେ ଏବେ ଏକ ଥ୍ରିଲର ଫିଲ୍ମର ପ୍ଲାନ କରୁଛନ୍ତି । ଯାହାର ଆଇଡିଆ ତାଙ୍କ ମୁଣ୍ଡରେ ଚାଲିଛି ।

ଖବର ମୁତାବକ ଫିଲ୍ମ ସ୍କ୍ରିପ୍ଟ ପ୍ରସ୍ତୁତ ଅଛି ଏବଂ ଖୁବ ଶୀଘ୍ର ସେ ଏବିଷୟରେ ଘୋଷଣା କରି ପାରନ୍ତି । ରାଜୀବ ରାୟଙ୍କ କହିବା ମୁତାବକ ଗୁପ୍ତ’ ଫିଲ୍ମର ଦ୍ୱିତୀୟ ଭାଗ ବନାଇବେ ମାତ୍ର ଏଥିରେ ନୂଆ କଳାକାର, ନୂଆ କାହାଣୀ ରହିବ କିନ୍ତୁ ଫିଲ୍ମରେ ସେହିଭଳି ରୋମାଂଚ,ରହସ୍ୟ ଏବଂ ଗୀତ ରହିବ ଯେଉଁଭଳି ଗୁପ୍ତରେ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More