Only for Entertainment

ଟୋଲ ପ୍ଲାଜାରେ ପଇସା ମାଗିବାରୁ ମହିଳା କର୍ମଚାରୀଙ୍କୁ ଚାପୁଡା ମାରିଲେ ବ୍ୟକ୍ତି, ତାପରେ କ’ଣ ହେଲା ଦେଖନ୍ତୁ

ndtv
159

କିଛି ଦିନରୁ ଟୋଲ ପ୍ଲାଜାରେ ଦୁର୍ଘଟଣା ବଢିବାରେ ଲାଗିଛି । ନିକଟରେ ଗୁରୁଗ୍ରାମ ଏକ ଟୋଲ ପ୍ଲାଜାରେ କାର ଚାଳକଙ୍କୁ ପଇସା ମାଗିବାରୁ କର୍ମଚାରୀଙ୍କୁ ଖୁବ ମାଡ ହୋଇଥିଲା । ଏହା ପରେ କାର ଚାଳକ ସେଠାରୁ ଫେରାର ହୋଇଯାଇଥିଲେ ।

ଏହି ଘଟଣା ପରେ ଏବେ ଗୁରୁଗ୍ରାମରୁ ହିଁ ଏହିପରି ଏକ ଖବର ସାମ୍ନାକୁ ଆସିଛି । ମହିଳା କର୍ମଚାରୀଙ୍କୁ ଜଣେ ବ୍ୟକ୍ତି ଖରାବ ବ୍ୟବହାର ଦେଖାଇବା ସହିତ ତାଙ୍କୁ ମାଡ ମାରିଛି । ମହିଳା ଜଣଙ୍କ ବ୍ୟକ୍ତିଙ୍କୁ ଟୋଲ ଟ୍ୟାକ୍ସ ଦେବା ପାଇଁ ଅଟଳାଇବାରୁ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଚାପୁଡା ମାରିଥିଲେ । ଏହା ପରେ ଦୁହିଁଙ୍କ ମଦ୍ୟରେ ହାତା ହାତି ହୋଇଥିଲା । ମହିଳା ଜଣଙ୍କ ବ୍ୟକ୍ତିଙ୍କୁ ମଧ୍ୟ ଖୁବ ମାଡ ମାରିଥିଲେ ।

ସୋସିଆଲ ମିଡିଆରେ ମହିଳା କର୍ମଚାରୀଙ୍କ ସାହାସକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି । ପୋଲିସ କର୍ମଚାରୀ ଏହାକୁ ନେଇ ପ୍ରଥମିକ ଜାଂଚ ଆରମ୍ଭ କରିଛନ୍ତି । ଆରୋପୀକୁ ଘଟଣା ଘଙ୍କିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପୋଲିସ ଗିରଫ କରିନେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More