Only for Entertainment

ଟ୍ୱିଟର ପରେ ଅଭିଷେକଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହେଲା ହ୍ୟାକ, ହ୍ୟାକର୍ସ ଲେଖିଲେ ‘ଆଇ ଲଭ ୟୁ କ୍ୟାଟ୍ରିନା କୈଫ’

Urban Asian
0 43

ଅନୁପମ ଖେର, କିରଣ ବେଦୀଙ୍କ ପରେ ଏପରି ଲାଗୁଛି ହ୍ୟାକର୍ସ ଅଭିଷେକ ବଚ୍ଚଙ୍କ ପଛରେ ପଡିଛନ୍ତି । ନିକଟରେ ଖବର ଆସିଥିଲା ଯେ ଅଭିଷେକଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଥିଲା ଏହା ପରେ ମିଡିଆରେ ଭାଇରାଲ ହୋଇଥିବା ଏକ ଖବର ଅଭିଷେକଙ୍କର ଏବେ ଚିନ୍ତା ବଢାଇ ଦେଇଛି ।

ହ୍ୟାକର୍ସ ଅଭିଷେକ ବଚ୍ଚନଙ୍କର ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆକୁ ହ୍ୟାକ କରିବାରେ ଲାଗିଛନ୍ତି । ୧୦ ଫେବୃୟାରୀରେ ହ୍ୟାକର୍ସ ଅଭିଷକେଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରି ଦେଇଛନ୍ତି । ହ୍ୟାକ କରିବା ପରେ ସେମାନେ ଅଭିଷେକଙ୍କ ଆକାଉଣ୍ଟ ରେ ଅନେକ ଫଟୋ ଶେୟାର କରିଛନ୍ତି ।

ପୋଷ୍ଟ କରିଥିବା ଫଟୋ ଗୁଡିକ ମଧ୍ୟରେ ଗୋଟିଏ ଫଟୋରେ ଅମିତାଭ ବଚ୍ଚନ ଇଜରାୟଲର ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କୁ ସହିତ ଦେଖାକରୁଥିବା ବେଳେ ଅଭିଷେକ ପଛରେ ଠିଆ ହୋଇ ଅମିତାଭଙ୍କୁ ଦେଖୁଛନ୍ତି । ସେହିପରି ଅନ୍ୟ ଏକ ଫଟୋର କ୍ୟାପସନରେ ଲେଖା ହୋଇଛି ‘ଆଇ ଲଭ ୟୁ କ୍ୟାଟ୍ରିନା କୈଫ’ ।

କେବଳ ଏତିକି ନୁହେଁ ହ୍ୟାକର୍ସ ଅଭିଷେକଙ୍କ ଆକାଉଣ୍ଟ ରେ ଫିଲିସ୍ତୀନର ପତାକା ଥିବା ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି । କିନ୍ତୁ ବତ୍ତ ର୍ମାନ ଅଭିଷେକଙ୍କ ଆକାଉଣ୍ଟକୁ ରିକଭର କରି ଦିଆଯାଇଛି । ଏହା ସହିତ ହ୍ୟାକର୍ସ ପୋଷ୍ଟ କରିଥିବା ସମସ୍ତ ଫେଟୋ ଗୁଡିକୁ ମଧ୍ୟ ଆକାଉଣ୍ଟରୁ ଡିଲିଟ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More