Only for Entertainment

ଆପଣ ମଧ୍ୟ ଆକର୍ଷଣୀୟ କେଶ ଚାହୁଁଥିଲେ କରନ୍ତୁ ଏହି ଉପାୟ ।

Khas Khabar
12

ପ୍ରଦୂଷଣ ଯୋଗୁଁ କେଶ ଝଡିବା, ରୂପି ହେବା, ଦୁଇ ମୁହାଁ କେଶ ପରି ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। କେଶକୁ ଠିକ ଭାବେ ସୁସ୍ଥ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାରର ସାମ୍ପ୍ୟୁ ଓ ତେଲ ବ୍ୟବହାର କରିଥାଉ। କିନ୍ତୁ ଅଁଳାକୁ କେଶ ସମସ୍ୟା ପାଇଁ ବ୍ୟବହାର କରିବା ଦ୍ବାରା ଲାଭ ହୋଇଥାଏ। ଅଁଳାରେ ଭିଟାମିନ-ସି, ଆଣ୍ଟିଅକ୍ସିଡାଣ୍ଟ ସମେତ ଅନେକ ପୋଷକ ତତ୍ତ୍ବ ରହିଛି। ଏହା କେଶର ବୃଦ୍ଧି ପାଇଁ ସହାୟକ ହୋଇଥାଏ। ଏହାସହ କେଶକୁ ପ୍ରାକୃତିକ ରୂପେ କଳା କରିବା ସହ ଘନ ଓ ନରମ କରିଥାଏ।

ଆସନ୍ତୁ ଜାଣିବା କେଶ ପାଇଁ ଅଁଳାକୁ କିପରି ବ୍ୟବହାର କରିବା ..

ମେହେନ୍ଦି ଓ ଅଁଳା :

ମେହେନ୍ଦି ଓ ଅଁଳାରେ ଥିବା ପୋଷକ ତତ୍ତ୍ବ କେଶର ବିକାଶରେ ସହାୟକ ହୋଇଥାଏ। ଏହା କେଶର ଶିରାକୁ ଠିକ ଭାବେ ରକ୍ତ ସଞ୍ଚାଳନ କରିଥାଏ। ଏହାକୁ କେଶରେ ଲଗାଇବା ଦ୍ବାରା ଅପରିଷ୍କାର ଦ୍ରବ୍ୟ ବାହାର କରି ଭଲ ଭାବେ ସଫା କରିଥାଏ। କେଶକୁ ସଠିକ ପରିମାଣରେ ପୋଷଣ ପହଞ୍ଚାଇଥାଏ।

ମେହେନ୍ଦି ଓ ଅଁଳାର ପେଷ୍ଟ ପ୍ରସ୍ତୁତ ପ୍ରଣାଳୀ :

ସାମଗ୍ରୀ :

ଅଁଳା ପାଉଡର : ୧ଚାମଚ

ମେହେନ୍ଦି ପାଉଡର : ୩ଚାମଚ

ଗରମ ପାଣି

ପ୍ରଣାଳୀ :

ପ୍ରଥମେ ଅଁଳା ପାଉଡର ଓ ମେହେନ୍ଦି ପାଉଡରକୁ ଗରମ ପାଣିରେ ପକାଇ ଭଲ ଭାବେ ଅଳ୍ପ ବହଳିଆର ପେଷ୍ଟ ପ୍ରସ୍ତୁତ କରନ୍ତୁ। ପେଷ୍ଟଟିକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା କେଶକୁ ଅଧିକ ଲାଭ ମିଳିଥାଏ।

ପେଷ୍ଟଟିକୁ ନିର୍ଦ୍ଧାରିତ ସମୟ ପରେ କେଶରେ ଭଲ ଭାବେ ଲଗାଇ ଦିଅନ୍ତୁ। ଏହାକୁ ୨/୩ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। କେଶରେ ମେହେନ୍ଦି ଭଲ ଭାବେ ଶୁଖିଗଲା ପରେ ସାମ୍ପ୍ୟୁ ଲଗାଇ ଭଲ ଭାବେ ଧୋଇ ଦିଅନ୍ତୁ। ପ୍ରତି ସପ୍ତାହରେ ଏହାକୁ ଥରେ କରିବା ଦ୍ବାରା କେଶ ଘନ ଓ କଳା ହେବା ସହ ଠିକ ଭାବେ ବଢିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More