Only for Entertainment

ଚୁଟି ରଙ୍ଗ କରିବା ପଡିଲା ମହଙ୍ଗା ! ଜାଣନ୍ତୁ ତା’ପରେ କ’ଣ ହେଲା ।

Business Insider
50

ଦିନକୁ ଦିନ ମହିଳାମାନଙ୍କ ମଧ୍ୟରେ ହେୟାର ଷ୍ଟାଇଲର ଚାହିଦା ବଢ଼ିବାରେ ଲାଗିଛି। ନିଜର ହେୟାରକୁ ରଙ୍ଗ କରିବାକୁ ସେମାନେ ବିଭିନ୍ନ ଉପାୟମାନ ଅବଲମ୍ବନ କରୁଛନ୍ତି। କିନ୍ତୁ ଏହାକୁ ସଠିକ୍‌ ଭାବେ ବ୍ୟବହାର ନ କରିବା ଫଳରେ କିଭଳି ଏହାର କୁପରିମାଣ ଭୋଗିବାକୁ ପଡେ ତାହାର ଏକ ଜ୍ୱଳନ୍ତ ଉଦାହାରଣ ଏଠାରେ ଦେଖିବାକୁ ମିଳିଛି।

ଖବରରୁ ଜଣାପଡିଛି ଯେ, ପ୍ୟାରିସର ଜଣେ ୧୯ ବର୍ଷୀୟ ଏଷ୍ଟିଲ ଲୋକାଲ ସୁପରମାର୍କେଟରୁ ଚୁଟି ରଙ୍ଗ କରିବା ପାଇଁ ଡାଇ କିଣି ଘରକୁ ଆଣିଥିଲେ। ଏହାପରେ ଡାଇ ପ୍ୟାକେଟରେ ଦିଆଯାଇଥିବା ଷ୍ଟେପ୍ସ ମୁତାବକ ହିଁ ଏଷ୍ଟିଲ ଡାଇକୁ ଗୋଳି ମୁଣ୍ଡରେ ଲଗାଇଲେ । ଡାଇ କରିବାର କିଛି ସମୟ ପରେ ଏଷ୍ଟିଲଙ୍କୁ ଶ୍ୱାସ ନେବାରେ ଅସୁବିଧା ହେଲା ଓ ମୁଣ୍ଡ କୁଣ୍ଡେଇ ହେବାରେ ଲାଗିଲା।

clr

କିନ୍ତୁ ସକାଳୁ ସେ ଯେତେବେଳେ ନିଜର ମୁଣ୍ଡ ଦେଖିଲେ, ତାହା ପୂର୍ବପରି ନଥିଲା ବରଂ ଦୁଇଗୁଣା ବଢ଼ିଯାଇଥିଲା। ମାପିବା ପରେ ଜଣାପଡିଲା କି ଏଷ୍ଟିଲଙ୍କ ମୁଣ୍ଡ ୬୩ ସେଣ୍ଟିମିଟର ହୋଇସାରିଥିଲା । କେବଳ ମୁଣ୍ଡ ନୁହେଁ ବରଂ ଏଷ୍ଟିଲଙ୍କ ଜିଭର ଆକାର ମଧ୍ୟ ବଢ଼ିବାକୁ ଲାଗିଥିଲା । ଏହାପରେ ‌ସେ ଡାକ୍ତରଙ୍କ ପାଖକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଟ୍ରିଟ୍‌ମେଣ୍ଟ କରିବା ସହ ଇଂଜେକ୍ସନ ନେଲେ।

ଡାକ୍ତରଖାନାରୁ ଜଣାପଡିଲା କି, ସେ ବ୍ୟବହାର କରିଥିବା ଡାଇରେ ଥିବା ପିପିଡି କେମିକାଲ କାରଣରୁ ଏମିତି ପ୍ରତିକ୍ରିୟା ହୋଇଛି । ଏଭଳି କେମିକାଲ ସାଧାରଣତଃ ଅନ୍ୟ ବ୍ୟୁଟି ପ୍ରଡକ୍ଟରେ ବି ଥାଏ। ତାଙ୍କ ଦ୍ୱାରା ସବୁଠାରୁ ବଡ ଭୁଲ୍ ଏହା ହେଲା ଯେ, ସେ ପ୍ୟାଚ୍ ଟେଷ୍ଟରେ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରିନଥିଲେ। ଯାହାଫଳରେ ତାଙ୍କର ଏପରି ଅବସ୍ଥା ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More