Only for Entertainment

କେଶ ଝଡିବାରୁ ରକ୍ଷା କରେ ଦୁଦୁରା ଫୁଲ

flickr.com
0 83

ଦୁଦୁରା ଫୁଲ ଭଗବାନ ଶିବଙ୍କର ଅତି ପ୍ରିୟ ଫୁଲ ଅଟେ । ଦୁଦୁରା କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏଥିରେ ବହୁ ଔଷଧୀୟ ଗୁଣ ରହିଛି । ତେବେ ଦୁଦୁରାକୁ ଅଧିକ ବ୍ୟହାର କରିବା ଠିକ୍ ନୁହେଁ । କାରଣ ଏଥିରେ ବିଷକ୍ରିୟା ରହିଛି । ଯାହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହାକୁ ବ୍ୟବହାର କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନେବା ଉଚିତ । ଏହାର ଚେର, ପତ୍ର ଓ ଫଳରେ ଔଷଧୀୟ ଗୁଣ ଭରି ରହିଛି।
ଆସନ୍ତୁ ଜାଣିବା ଦୁଦୁରା ଆପଣଙ୍କ ପାଇଁ କେତେ ଲାଭକାରୀ।
– ଗୋଡରେ ଆଘାତ ଲାଗିଥିଲେ ଦୁଦୁରା ପତ୍ରର ପେଷ୍ଟ୍ କରି ଲଗାଇବା ଦ୍ୱାରା ଭଲ ହୋଇଯାଏ।
– ଅନେକ ସମୟରେ ଦେଖା ଦେଇଛି ବୟସ ପୂର୍ବରୁ ଲୋକମାନଙ୍କ ଚୁଟି ଝଡ଼ିବାକୁ ଲାଗିଥାଏ। ତେଣୁ ପ୍ରତିଦିନ ଦୁଦୁରା ରସ ମୁଣ୍ଡରେ ଲଗାଇବା ଦ୍ୱାରା ଖୁବଶୀଘ୍ର ନୂଆ ଚୁଟି ଉଠିଥାଏ।
-୨୫୦ ଗ୍ରାମ୍ ସୋରିଷ ତେଲ, ୬୦ ମିଲିଗ୍ରାମ ଗନ୍ଧକ ଓ ୫୦୦ ଗ୍ରାମ ଦୁଦୁରା ପତ୍ରର ରସ କମ୍ ଆଞ୍ଚରେ କିଛି ସମୟ ଫୁଟାନ୍ତୁ। ତା’ପରେ ଯେଉଁ ତେଲ ରହିବ ସେଥିରୁ ଦୁଇରୁ ତିନି ବୁନ୍ଦା କାନରେ ପକାଇବା ଦ୍ୱାରା କାନ ଯନ୍ତ୍ରଣାରୁ ଉପଶମ ମିଳେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More