Only for Entertainment

ଲମ୍ବା ଏବଂ ଘନ କେଶ ପାଇଁ ସରଳ ଉପାୟ ।

Wpzipper
0 37

କେଶ ଉପୁଡ଼ିବା ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏହାର ପ୍ରତିକାର ପାଇଁ ଆମେ ବିଭନ୍ନ ପ୍ରକାର କୃତ୍ରିମ ଦ୍ରବ୍ୟ ମଧ୍ୟ ବ୍ୟବହାର କରିଥାଉ। ଏହାର ଆଶାଜନକ ଫଳ ମଧ୍ୟ ମିଳିନଥାଏ। ମାତ୍ର କେତୋଟି ଘରୋଇ ଉପାୟ ମାଧ୍ୟମରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ, ସେହି ଉପାୟ ସବୁ କ’ଣ କ’ଣ……………………

ନଡ଼ିଆ ତେଲ ଓ ମହୁ – ୧ କପ ନଡ଼ିଆ ତେଲରେ ଏକ କପ ମହୁ ମିଶାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ କେଶର ମୂଳରେ ଭଲ ଭାବେ ଘଷି ଲଗାନ୍ତୁ। ରାତିରେ ଲଗାଇ ସକାଳେ ସାମ୍ପୋରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଲମ୍ବା ଓ ଘନ ହେବା ସହ ରେଶମୀ , ଆକର୍ଷିତ ମଧ୍ୟ ହୋଇଥାଏ। ଏହାକୁ ଥରେ ପ୍ରସ୍ତୁତ କରି ୨ରୁ୩ ସପ୍ତାହ ବ୍ୟବହାର କରିପାରିବେ। ଏହା କେଶ ଉପୁଡ଼ିବା ବହୁ ପରିମାଣରେ କମ କରିଥାଏ।

ଅଣ୍ଡା – ଅଣ୍ଡାକୁ ଏକ ପାତ୍ରରେ ଭଲ ଭାବେ ଫେଣ୍ଟି କେଶରେ ଲଗାଇ ଦିଅନ୍ତୁ। ଏହାକୁ ୨ ଘଣ୍ଟା ରଖିବା ପରେ ସାମ୍ପୋରେ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଲାଭ ଦାୟକ ଅଟେ।

ମେଥି – ରାତିରେ ମେଥିକୁ ଭିଜାଇ ସକାଳେ ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ ) କରି କେଶରେ ଲଗାଇ ୨ଘଣ୍ଟା ରଖନ୍ତୁ। ଏହା ପରେ ଏହାକୁ ସାସାନ୍ୟ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଖୁବ ଘନ ହୋଇଥାଏ।

ଅଁଳା ଗୁଣ୍ଡ ଓ ନଡ଼ିଆ ତେଲ – ନଡ଼ିଆ ତେଲରେ ଅଁଳାଗୁଣ୍ଡ ମିଶାଇ ଉଷୁମ କରିଦିଅନ୍ତୁ। ଏହାକୁ ସପ୍ତାହକୁ ୨ରୁ ୩ଥର ଲଗାଇଲେ ଏହା କେଶ ପାଇଁ ଖୁବ ଉପକାରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More