Only for Entertainment

ସାବଧାନ ! ହ୍ୟାଣ୍ଡ ୱାସ’ର ବ୍ୟବହାର ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ କ୍ଷତିକାରକ

Momma of Two Review
0 50

ଆପଣ ବ୍ୟବହାର କରୁଥିବା ହ୍ୟାଣ୍ଡ ୱାସ ଆପଣଙ୍କୁ କ୍ଷତି ପହଂଚାଇଥାଏ । ଆଜ୍ଞା ହଁ ! ହାତକୁ ସଫାକରିବା ପାଇଁ ସାବୁନଠାରୁ ଅଧିକ ମାତ୍ରାରେ ହ୍ୟାଣ୍ଡ ୱାସର ବ୍ୟବହାର ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଏ ସଂପର୍କରେ ।

  • ହ୍ୟାଣ୍ଡ ୱାସରେ ସାଧାରଣତଃ ଟ୍ରାଇକ୍ଲୋସାନ ନାମକ ଏକ ପ୍ରକାରର ରସାୟନିକ ଉପାଦାନ ମିଶି କରି ରହିଥାଏ । ଯାହା ହାତର ଚର୍ମକୁ ଅତ୍ୟନ୍ତ ଶୁଷ୍କ କରିଦେଇଥାଏ । ଯଦି ଏହା ରକ୍ତ ସଂଚାଳନରେ ସାମିଲ ହୋଇଯାଏ ତେବେ ଏହା ମାଂସପେଶୀକୁ ଆଣ୍ଡିନେସନ ପାଇଁ ଜରୁରୀକାଳୀନ ସେଲ କମ୍ୟୁନିକେସନକୁ ବୃଦ୍ଧି କରିଥାଏ ।
  • ଏହାକୁ ଦୀର୍ଘ ସମୟଧରି ଏବଂ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଚର୍ମ ଶୁଖି ଯାଇଥାଏ । ଯାହାଦ୍ୱାରା ନପୁଂସକତା ଏବଂ ହୃଦୟ ଜନିତ ରୋଗ ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ଯଦି ଆପଣ ହାତ ଧୋଉଛନ୍ତି ତେବେ ସାବୁନ କିମ୍ବା ବିଶୁଦ୍ଧ ପାଣିରେ ସଫା କରନ୍ତୁ ।
  • ଅଧିକାଂଶ ସମୟରେ ଛୋଟ ପିଲା ହ୍ୟାଣ୍ଡ ୱାସରେ ହାତକୁ ଭଲଭାବରେ ନ ଧୋଇ ଖାଇବାକୁ ବସି ପଡନ୍ତି । ଯାହା ଦ୍ୱାରାକି ଏହି ଫେଣ ଖାଇବା ସମୟରେ ପିଲାଙ୍କ ଶରୀରକୁ ଚାଲି ଯାଇଥାଏ । ଏଥିରେ ଆଲକୋହଲର ଅଂଶ ଥିବା କାରଣରୁ ପିଲାଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ ।
  • ହ୍ୟାଣ୍ଡ ୱାସକୁ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ମଧ୍ୟ ପିଲାଙ୍କ ଇମ୍ୟୁନିଟି କ୍ଷମତା ହ୍ରାସ ପାଇଥାଏ । ପିଲାଙ୍କ ପରିଶ୍ରାରେ ଇନପ୍ଲେମେଟରି ତତ୍ୱ ସି-ରିଏକ୍ଟିଭ ପ୍ରୋଟିନ ଦେଖିବାକୁ ମିଳିଥାଏ ଯାହା ଇମ୍ୟୁନିଟିକୁ ଦୁର୍ବଳ କରିଦେଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More