Only for Entertainment

ବିଶ୍ୱ ସୁନ୍ଦରୀଙ୍କ ଏହି ଭାଇ ବଲିଉଡରେ ପାଦ ଦେଲେ ବୁଡ଼ି ଯିବ ତିନି ଖାନଙ୍କ ନାଆ ।

amarujala
0 83

ରକ୍ଷା ବନ୍ଧନରେ ସମସ୍ତ ସେଲିବ୍ରେଟୀ ଭାଇ ଭଉଣୀଙ୍କ ରକ୍ଷାବନ୍ଧନ ଫଟୋ ଦେଖିବାକୁ ମିଳିଲା । ଅମୀର ଖାନଙ୍କ ଠାରୁ ଆରମ୍ଭ କରି ତୈମୁର ଅଲ୍ଲି ଖାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର କ୍ୟୁଟ ଫଟୋ ଦେଖିବାକୁ ମିଳିଲା । ରକ୍ଷାବନ୍ଧନ ମୌକାରେ ବଲିଉଡକୁ ଏକ ନୂଆ ଭାଇ ମିଳିଛି । ସେ ଏଭଳି ଜଣେ ଭଉଣୀଙ୍କ ଭାଇ ଯିଏ ନିଜେ ବିଶ୍ୱ ସୁନ୍ଦରୀ ହୋଇ ସାରିଛନ୍ତି । ସେ ଅନ୍ୟ କେହି ନୁହଁନ୍ତି,ସେ ହେଉଛନ୍ତି ସୁଷ୍ମିତା ସେନ୍ । ସୁଷ୍ମିତା ତାଙ୍କ ଭାଇ ରାଜୀବ ସେନ୍ଙ୍କୁ ରକ୍ଷା ବନ୍ଧନ ଦିନ ରାକ୍ଷୀ ବାନ୍ଧୁଥିବାର ଏକ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ତାଙ୍କ ଭାଇ ହ୍ୟାଣ୍ଡସମ ହଙ୍କ ଲାଗୁଛନ୍ତି ।

 

ସୁଷ୍ମିତାଙ୍କ ଭାଇ ରାଜୀବଙ୍କର ଯଦି ବଲିଉଡରେ ଏଂଟ୍ରି ହେଉଛି ତେବେ ବଲିଉଡର ତିନି ଖାନଙ୍କ ନାଆ ବୁଡ଼ି ଯାଇପାରେ । ରାଜୀବ ଦେଖିବାକୁ ଖୁବ ହ୍ୟାଣ୍ଡସମ । ଆଶ୍ଚର୍ଯ୍ୟର କଥା ହେଉଛି ଆଜି ପର୍ଯ୍ୟନ୍ତ ସେ ବଲିଉଡରେ ଡେବ୍ୟୁ କରିବା କଥା କେବେ ମଧ୍ୟ ଭାବି ନାହାଁନ୍ତି । ରାଜୀବ ଫିଟନେସ ଫ୍ରିକ । ତାଙ୍କର ଜିମରେ ୱାକଆଉଟ କରୁଥିବାର କେତେକ ଭିଡ଼ିଓ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ରହିଛି । ତାଙ୍କ ଭିଡ଼ିଓ ଦେଖି ଜଣାପଡ଼ୁଛିଯେ ସେ ଲଗଜରୀ ଲାଇଫ ବଂଚୁଛନ୍ତ. କିନ୍ତୁ ଲାଇମ ଲାଇଟ ଠାରୁ ଦୂରରେ ଅଛନ୍ତି । ରାଜୀବ କେତେକ ଥର ଫ୍ୟାଶନ ଶୋ’ରେ ର୍ୟାମ୍ପ ୱାକ କରୁଥିବାର ମଧ୍ୟ ନଜର ଆସିଛନ୍ତି । ଯଦିଓ ସେ ଦୁବାଇରେ ରହୁଛନ୍ତି ତଥାପି ସେ ମୁମ୍ବାଇ ଯିବା ଆସିବା କରନ୍ତି ।

 

କିଛି ଦିନ ପୂର୍ବରୁ ଖବର ଆସିଥିଲାଯେ ରାଜୀବ କୃତି ସାନନଙ୍କ ଭଉଣୀ ନୁପୂର ସାନନଙ୍କୁ ଡେଟ କରୁଛନ୍ତି । ରାଜୀବ ନୁପୂରଙ୍କ ସହିତ ସୋସିଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରିଛନ୍ତି । ୩୬ ବର୍ଷର ରାଜୀବଙ୍କ ନାମ ଟିଭି ଅଭିନେତ୍ରୀ କୃତିକା ସେଙ୍ଗରଙ୍କ ସହିତ ମଧ୍ୟ ଯୋଡ଼ି ହୋଇ ସାରିଛି ।

 

❤️❤️❤️❤️❤️❤️ blessed ????

A post shared by Rajeev Sen (@rajeevsen9) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More