Only for Entertainment

କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପୂଜା ପାଆନ୍ତି ସଙ୍କଟ ମୋଚନ ହନୁମାନ

WordZz
0 122

ମହାବିଷୁବ ସଂକ୍ରାନ୍ତି ସହିତ ଆଜି ହନୁମାନ ଜୟନ୍ତୀ ମଧ୍ୟ ଧୁମଧାମରେ ପାଳନ କରାଯାଉଛି । ତେବେ ଭଗବାନ ହନୁମାନ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ପୂଜା ପାଇଥାନ୍ତି । ବିଶ୍ୱର ଅନେକ ସ୍ଥାନରେ ତାଙ୍କର ଅନେକ ଭବ୍ୟ ମନ୍ଦିର ଦେଖିବାକୁ ମିଳେ । ଆସନ୍ତୁ ଜାଣିବା ସେହି ମନ୍ଦିର ବିଷୟରେ

1

ସର୍ବୋଚ୍ଚ ହନୁମାନ, ତ୍ରିନିଦାଦ-
ଦ୍ୱିପ ଦେଶ ତ୍ରିନିଦାଦରେ ବିଶ୍ୱର ସବୁଠାରୁ ବଡ ହନୁମାନ ମନ୍ଦିର ରହିଛି । ଏଠାରେ ୮୫ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏହି ମୂର୍ତ୍ତି ଗୋଲାପି ଏବଂ ଗେରୁଆ ରଙ୍ଗରେ ସୁସଜ୍ଜିତ କରାଯାଇଛି ।

2

କାର୍ଯ୍ୟସିଦ୍ଧି ହନୁମାନ ମନ୍ଦିର, ଫ୍ରସକୋ, ଟେକସାସ
ଏଠାରେ ଥିବା ସିଦ୍ଧି ମନ୍ଦିର ମାନଙ୍କ ମଧ୍ୟରୁ ଏହି ମନ୍ଦିର ଅନ୍ୟତମ । ଏହାର ନିର୍ମାଣ ଲାଗି ୪୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ବହଦିନରୁ ଏହି ମନ୍ଦିର ଏଠାରେ ନିର୍ମିତ ହୋଇଥିବା ବେଳେ ଏବେ ପାଖାପାଖି ଅନ୍ୟ ମନ୍ଦିର ମଧ୍ୟ ଏଠାରେ ନିର୍ମାଣ ହୋଇସାରିଲାଣି ।

3

ଶ୍ରୀ ବୀରା ହନୁମାନ ମନ୍ଦିର, କୁଆଲାଲାମ୍ପୁର
ମାଲେସିଆର କୁଆଲାଲାମ୍ପୁର ଅନ୍ତର୍ଗତ ବ୍ରିକଫିଲ୍ଡଠାରେ ଥିବା ଏହି ହନୁମାନ ମନ୍ଦିର ମାଲେସୀୟ ସ୍ଥାପତ୍ୟ ଶୈଳୀରେ ନିର୍ମିତ ହୋଇଛି । ଏହି ମନ୍ଦିରରେ ଭଗବାନଙ୍କର ଦୁଇଟି ମୂର୍ତ୍ତି ରହିଛି । ଗୋଟିଏ ଧଳାର ମାର୍ବଲରେ ନିର୍ମିତ ହୋଇଥିବା ବେଳେ ଅନ୍ୟଟି ସବୁଜ ରଙ୍ଗର ରହିଛି ।

4

ସଙ୍କଟମୋଟନ ହନୁମାନ ମନ୍ଦିର, ଆମେରିକା
ପୂଜାପାଠ ସହିତ ଶାନ୍ତି ଅନ୍ୱେଷଣରେ ଥିବା ଲୋକମାନଙ୍କ ପାଇଁ ଏହା ପ୍ରକୃଷ୍ଠ ସ୍ଥାନ । ମାଉଣ୍ଟ ମାଡୋନା ସେଣ୍ଟରରେ ଏହି ମନ୍ଦିର ରହିଛି । ଏଠାରେ ଯୋଗ ଏବଂ ଧ୍ୟାନ ଶିକ୍ଷା ଦିଆଯାଇଥାଏ ।

5

ପଞ୍ଚମୁଖୀ ହନୁମାନ, କରାଚୀ
ପାକିସ୍ତାନର କାରଚୀରେ ୧୫୦୦ ବର୍ଷ ପୁରାତନ ପଞ୍ଚମୁଖୀ ହନୁମାନ ମନ୍ଦିର ରହିଛି । ଏଠାକାର ମୀର୍ତ୍ତିରେ ହନୁମାନ, ଆଦିବରାହ, ହୟଗ୍ରୀବ, ଏବଂ ଗରୁଡ ଅବତାର ଦେଖାଯ।।ନ୍ତି । ରାମ ଏହି ସ୍ଥାନକୁ ଆସିଥିଲେ ଏବଂ ଏହି ମୂର୍ତ୍ତି ପ୍ରକୃତି ଦ୍ୱାରା ନିର୍ମିତ ବୋଲି ବିଶ୍ୱାସ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More