Only for Entertainment

ଅନେକ ବର୍ଷ ପରେ ହେଲା ଚମତ୍କାର, ରଣବୀର କପୂରଙ୍କ ୩୬ତମ ଜନ୍ମଦିନରେ ସାଙ୍ଗରେ ରହିବେ ପ୍ରେମିକା !

Nari
0 28

ବଲିଉଡ ଅଭିନେତା ରଣବୀର କପୂର ଆଜି ନିଜର ୩୬ତମ ଜନ୍ମଦିବସ ପାଳନ କରିଛନ୍ତି । ଏହି ଖାସ ମଉକାରେ ତାଙ୍କୁ ଦେଶସାରା ଅନେକ ଶୂଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରଣବୀରଙ୍କ ଫ୍ୟାନ୍ସଙ୍କ ଶୂଭକାମନା ହୁଏତ ଭଗବାନ ଶୁଣିଛନ୍ତି , ବୋଧ ହୁଏ ଏହି କାରଣରୁ ତାଙ୍କ ବର୍ଥଡେ’ରେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଆଲିୟା ତାଙ୍କ ସହ ଅଛନ୍ତି ।
ଆଜ୍ଞା ହଁ ଆଲିୟା ଭଟ୍ଟ ଏବଂ ରଣବୀରଙ୍କ ବିଷୟରେ ସାରା ଦୁନିଆକୁ ଜଣା ଅଛି । ଲମ୍ବା ସମୟ ଧରି ତାଙ୍କର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସୁଟିଂ ସେଟରୁ ହିଁ ତାଙ୍କ ଘନିଷ୍ଠତା ବଢିଥିଲା । ଆପଣ ହୁଏତ ଜାଣି ନଥିବେ ଅନେକ ବର୍ଷ ପରେ ରଣବୀର ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଜନ୍ମଦିନରେ ରହିବେ । ଏହାପୂର୍ବରୁ ଦୀପିକା ପାଦୁକୋଣ ଏବଂ କ୍ୟାଟରୀନାଙ୍କ ସହ ରଣବୀରଙ୍କ ସମ୍ପର୍କ ରହିଥିଲା । ମାତ୍ର ଠିକ ଜନ୍ମଦିନ ପୁର୍ବରୁ ହିଁ ଏହି ସମ୍ପର୍କ ଭାଙ୍ଗି ଯାଉଥିଲା ।

ତେଣୁ ଦୀର୍ଘ ସମୟ ପରେ ରଣବୀରଙ୍କ ଜୀବନରେ ଏଭଳି ପ୍ରଥମ ଥର ଲାଗି ମଉକା ଆସିଛି । ଆଲିୟା ରଣବୀରଙ୍କ ଜୀବନରେ ଆସିବା ପରେ ଅନେକ କିଛି ବଦଳିବା ନଜର ଆସିଛି । ତେବେ ଆଗକୁ ଏହା ଦେଖିବା ବାକି ରହିଲା ଯେ ଏହି ସମ୍ପର୍କ ଇଣ୍ଡଷ୍ଟ୍ରିରେ କେତେ ଦିନ ତିଷ୍ଠୁଛି କି ନାହିଁ ?
ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ସମ୍ପର୍କ ପରିବାର ଲୋକେ ମଧ୍ୟ ସ୍ୱୀକୃତି ଦେଇ ସାରିଲେଣି । ମହେଶ ଭଟ୍ଟଙ୍କ ଠାରୁ ନେଇ ଋଷି କପୂର ମଧ୍ୟ କହି ସାରିଲେଣି ଯେ ପିଲାଙ୍କ ଖୁସିରେ ହିଁ ସେମାନେ ଖୁସି । ତେବେ ଆଗକୁ ଏହି ସମ୍ପର୍କ କଣ ରଂଗ ଦେଖାଉଛି ତାହା କେବଳ ସମୟ ଆସିଲେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More