Only for Entertainment

Happy B’day Shahid : ଯେବେ ବିବାହ ପାଇଁ ସାହିଦଙ୍କ ସାମ୍ନାରେ ଏହି ସର୍ତ୍ତ ରହିଥିଲେ ମୀରା

theasianpost
45

ଅଭିନେତା ସାହିଦ କପୁର ବଲିଉଡର ଚକଲେଟ ହିରୋ ଭାବେ ପରିଚିତ । ଆଜି ସାହିଦ ନିଜର ୩୮ ତମ ଜନ୍ମ ଦିନ ପାଳନ କରୁଛନ୍ତି ଶାହିଦ କପୁରଙ୍କ ଜନ୍ମ ୨୫ ଫେବୃଆରୀ ୧୯୮୧ରେ ଦିଲ୍ଲୀରେ ହୋଇଥିଲା । ସାହିଦଙ୍କ ଅଭିନୟର କଳା ଜନ୍ମରୁ ହିଁ ମିଳିଥିଲା । ତାଙ୍କ ପତି ପଙା୍କଜ କପୁର ଜଣେ ଜଣା ଶୁଣା ଅଭିନେତା । ସାହିଦ ନିଜ କ୍ୟାରିଅରର ଆରମ୍ଭ ବିଜ୍ଞାପନ ଫିଲ୍ମରୁ ହିଁ କରିଥିଲେ । ଅଭିନେତା ଭାବେ ସେ ୨୦୦୩ରେ ରିଲିଜ ହୋଇଥିବା ଫିଲ୍ମ ‘ଇଶ୍କ ଭିଶ୍କ’ରେ ବଲିଉଡ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା । ଏହା ପରେ ସେ ବଲିଉଡକୁ ଅନେକ ଫିଲ୍ମ ଦେଇଛନ୍ତି । ତେବେ ସାହିଦଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଏକ ମଜାଦାର କଥା ।

ଜୁଲାଇ ୭,୨୦୧୫ରେ ବିବାହ କରିଥିଲେ ବଲିଉଡ୍‍ର ରାଓ୍ଵଲ ରତନ ସିଂ ଓରଫ୍‌ ସାହିଦ୍‌ କପୁର । ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିବା ବେଳେ ଶେଷରେ ସେ ଜଣେ ସାଧାରଣ ଯୁବତୀ ମୀରା ରାଜ୍‌ପୁତ୍‌ଙ୍କୁ ବିବାହ କରିଥିଲେ । ସାହିଦ୍‌ଙ୍କର ଏହା ପ୍ରସ୍ତାବିତ ବିବାହ ହୋଇଥିବା ବେଳେ ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ କେତେ ଭଲ ପାଇବା ରହିଛି ତାହା ସବୁବେଳେ ପ୍ରମାଣ କରି ଆସିଛନ୍ତି ଏହି ଯୋଡ଼ି ।

IndiaTvcf85fe_shahid_kapoor_mira

ମୀରାଙ୍କ ସହ ବିବାହ ଠିକ୍‌ ହେବା ସମୟରେ ସାହିଦ୍‌ ଫିଲ୍ମ ‘ଉଡ଼୍‍ତା ପଞ୍ଜାବ’ର ସୁଟିଂରେ ବ୍ୟସ୍ତ ଥିଲେ । ଫିଲ୍ମରେ ତାଙ୍କ ଚରିତ୍ର ଏବଂ ତାଙ୍କ ଲୁକ୍‌ କିପରି ଥିଲା ତାହା ଆପଣଙ୍କୁ ଭଲ ଭାବରେ ଜଣାଥିବ । ସାହିଦ୍‌ଙ୍କୁ ସେ ଅବସ୍ଥାରେ ଦେଖି ମୀରା ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ, ଯେତେବେଳେ ଆମେ ବିବାହ କରିବା ସେ ସମୟରେ ତୁମେ ନିଜର ନିଜ କେଶରେ ହେୟାର କଲର ବ୍ୟବହାର କରିବ ନାହିଁ । ବିବାହ ସମୟରେ କୌଣସି ପ୍ରକାରର ହେୟାର କଲର ବ୍ୟବହାର ନ କରି କେଶର ଅସଲ ରଙ୍ଗ ଯାହା ତାହା ରଖିବା ପାଇଁ ମୀରା ସାହିଦ୍‌ଙ୍କୁ ଜଣାଇଥିଲେ । ସାହିଦ୍‌ ମଧ୍ୟ ମୀରାଙ୍କ କଥା ମାନି ନିଜ କେଶରେ କୌଣସି ପ୍ରକାରର ହେୟାର କଲର ବ୍ୟବହାର କରି ନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More