Only for Entertainment

ଅମୀରଙ୍କ ଜନ୍ମ ଦିବସ ଉପଲକ୍ଷେ କିଛି ଜଣା ଅଜଣା କଥା ।

india
0 61

ଆଜି ଚକଲେଟ ହିରୋ ତଥା ମିଷ୍ଟର ପରଫେକ୍ସନିଷ୍ଟଙ୍କ ଜନ୍ମ ଦିବସ । ସେ ଅତି ସାଧାରଣ କାମ କରିବାକୁ ପସନ୍ଦ କରନ୍ତି । ସେ ବର୍ଷକୁ ଗୋଟେ ଫିଲ୍ମ କରିବାରେ ବିଶ୍ୱାସ ରଖନ୍ତି । ମାତ୍ର ତାଙ୍କର ଗୋଟିଏ ଫିଲ୍ମ ରିଲିଜ ହେବା ପରେ ବକ୍ସ ଅଫିସରେ ହିଟ ସୁନିଶ୍ଚିତ । ଏବେ ଆପଣ ଜାଣୁପାରୁଥିବେ କିଏ ସେ ? ଆଜ୍ଞା ହଁ ଆଜି ଅମୀର ଖାନଙ୍କର ଜନ୍ମ ଦିବସ । ଅମୀର ଖାନଙ୍କ ୧୪ମାର୍ଚ୍ଚ ୧୯୬୫ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ତାହିର ହୁସେନ ଫିଲ୍ମ ପ୍ରଯୋଜକ ଥିଲେ ଏବଂ ପିଲାଟି ଦିନରୁ ସେ ଫିଲ୍ମ ମାହୋଲ ସଂସ୍ପର୍ଶରେ ଆସି ଯାଇଥିଲେ । ସେ ଧର୍ମେନ୍ଦ୍ରଙ୍କ ସୁପରହିଟ ଫିଲ୍ମ ‘ୟାଦୋ କି ବାରାତ’ରେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ଛୋଟ ଅଭିନୟ କରିଥିଲେ ।
‘କୟାମତ ସେ କୟାମତ ତକ’ଫିଲ୍ମ ଅମୀରଙ୍କୁ ହିରୋର ପରିଚୟ ପ୍ରଦାନ କରିଥିଲା । ଏହାପରେ ତାଙ୍କ ଫିଲ୍ମ ଗୁଡିକ ସୁପର ଫ୍ଲପ ହୋଇଥିଲା । ମାତ୍ର ୧୯୯୧ରେ ପୂଜା ଭଟ୍ଟଙ୍କ ସହ ତାଙ୍କୁ ‘ଦିଲ ହେ କେ ମାନତା ନେହି’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ତାଙ୍କର ସୁପର ଡୁପର ହିଟ ହୋଇଥିଲା । ଧୀରେ ଧୀରେ ସେ ପ୍ରସିଦ୍ଧ ଅଭିନେତା ହେବା ପରେ ନିଜ ଇଚ୍ଛାରେ ଫିଲ୍ମ ଚୟନ କରି ଅଭିନୟ କରିବା ଆରମ୍ଭ କରିଲେ । ଯେଉଁ ଫିଳ୍ମରେ ସେ ଅଭିନୟ କଲେ ହିଟ ହେଲା । ତେବେ ଆସନ୍ତୁ ଚାଣିବା ତାଙ୍କ ଜନ୍ମ ଦିବସରେ ତାଙ୍କ ସମ୍ବନ୍ଧରେ କିଛି ଖାସ କଥା :
ଶାହାରୁଖ ଖାନ ୟଶ ଚୋପଡାଙ୍କର ୧୯୯୩ର ଫିଲ୍ମ ‘ଡର’ରେ ରୋହନ ମେହରାଙ୍କ ବିପକ୍ଷରେ ଅଭିନୟ କରିଥିଲେ । ପ୍ରଥମେ ଏହି ପ୍ରସ୍ତାବ ଅମୀର ଖାନଙ୍କୁ ଆସିଥିଲା ମାତ୍ର କୌଣସି କାରଣ ମତେ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଅସ୍ୱୀକାର କରିଦେଇଥିଲେ ।
ନିଜର ଆରମ୍ଭ ଦିନରୁ ହିଁ ଅମୀର ଖାନ ଖେଳ କୁଦରେ ଖୁବ ଆକ୍ଟିଭ ଥିଲେ ଏବଂ ସେ ମହାରାଷ୍ଟ୍ରର ରାଜ୍ୟ ଚାମ୍ପିଅନ ମଧ୍ୟ ହୋଇଥିଲେ । ତେଣୁ ତାଙ୍କୁ ଯେନିସ ପସନ୍ଦ ଏବଂ ରୋଜର ଫେଡର ତାଙ୍କର ପ୍ରିୟ ଖେଳାଳି ଅଟନ୍ତି ।
ବଲିଉଡରେ ୧୦୦,୨୦୦ ଏବଂ ୩୦୦କୋଟିର ସଂସ୍ଥାପକ ଅମୀର ଖାନଙ୍କୁ ହିଁ ମାନନ୍ତି । ଏହାର ଆରମ୍ଭ ‘ଗଜନୀ’ରୁ ହୋଇଥିଲା ଏବଂ ଏବେ ଏହି ଯାତ୍ରା ‘ଦଙ୍ଗଲ’ ପର୍ଯ୍ୟନ୍ତ ପହଂଚି ସାରିଲାଣି ।
ବିଶେଷ ସୂତ୍ରରୁ ପ୍ରକାଶ ଯେ ଅମୀର ବିବାହର ତତ୍କ୍ଷଣାତ ମୂହୂର୍ତ୍ତ ପରେ ହିଁ ସେହି ବିଲ୍ଡିଂରେ ଆଉ ଗୋଟେ ଘର ନେଇ ତାଙ୍କ ପିତା ମାତାଙ୍କ ସହ ରହିବା ଆରମ୍ଭ କରିଥିଲେ ।
ଟାଇମ ମାଗାଜିନ ତାଙ୍କୁ ଭାରତୀୟ ‘ସନ ପେନ’ର ଆଖ୍ୟା ଦେଇଛନ୍ତି ଏବଂ ଅମୀରଙ୍କ ପସନ୍ଦିତା ବଲିଉଡର କଳାକାର ହେଉଛନ୍ତି ଦିଲ୍ଲୀପ କୁମାର ଏବଂ ହଲିଉଡର ଓସ୍କାର ବିଜେତା ଡେନିଅଲ-ଲୁଈସ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More