Only for Entertainment

ହାପି ବାର୍ଥଡେ ଧୋନୀ : ୩୭ ବର୍ଷରେ ପଦାର୍ପଣ କଲେ କ୍ୟାପଟେନ କୁଲ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜଣା-ଅଜଣା କଥା ।

The Quint
0 43

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବା କ୍ୟାପଟେନ କୁଲ ନାମରେ ପରିଚିତ ମହେନ୍ଦ୍ର ସିଂ ଧୋନୀ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ଜୁଲାଇ ୭, ୧୯୮୧ରେ ରାଂଚିର ପାନସିଂହଙ୍କ ଘରେ ଜନ୍ମିତ ମହେନ୍ଦ୍ରସିଂହ ଧୋନୀ ପିଲାଟି ଦିନରୁ ଖେଳପଡ଼ିଆ ପ୍ରତି ଆକର୍ଷିତ ହୋଇଛନ୍ତି । ଧୋନୀ ଏବେ ଭାରତୀୟ ଟିମ୍ ସହ ଇଂଲଣ୍ଡ ଗସ୍ତରେ ଅଛନ୍ତି । ସାଙ୍ଗରେ ନିଜ ପତ୍ନୀ ସାକ୍ଷୀ ଏବଂ ଝିଅ ଜିବା ସାକ୍ଷୀ ମଧ୍ୟ ଯାଇଛନ୍ତି । ଏମଏସ ଧୋନୀ ଭାରତର ଏପରି ତାରକା, ଯିଏକି ଭାରତୀୟ କ୍ରିକେଟକୁ ଅନେକ କିଛି ଦେଇଛନ୍ତି । ନିଜର ଶାନ୍ତ-ସରଳ ସ୍ୱଭାବ ହେଉ ବା ପଡିଆରେ ‘ହେଲିକ୍ୟାପ୍ଟର ସଟ’ ମାଧ୍ୟମରେ କିଣିନେଇଛନ୍ତି ଭାରତୀୟଙ୍କ ହୃଦୟ । ଧୋନୀଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅକୁହା କଥା ।

  • ଧୋନୀଙ୍କ ପୈତୃକ ଗାଁ ଉତ୍ତରାଖଣ୍ଡ ଲାୱଲି ଠାରେ । ପିତାଙ୍କ ଚାକିରି ଯୋଗୁଁ ସେମାନ ରାଞ୍ଚିରେ ରହିଯାଇଥିଲେ।
  • ଧୋନୀଙ୍କର ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି, ଯାହାଙ୍କ ନାଁ ନରେନ୍ଦ୍ର ଓ ଜୟନ୍ତି ।
  • ଧୋନୀ ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଛୋଟବେଳେ ପାଠ ପଢ଼ିଛନ୍ତି ।
  • ମାହୀଙ୍କୁ ଛୋଟବେଳୁ ବ୍ୟାଡମିଣ୍ଟନ ଓ ଫୁଟବଲରେ ଅଧିକ ରୁଚି ଥିଲା । ସେ ତାଙ୍କ ଫୁଟବଲ ଟିମର ଗୋଲକିପର ଥିଲେ ।
  • ଧୋନୀଙ୍କୁ କ୍ରିକେଟ ଖେଳିବା ଲାଗି ତାଙ୍କ ସ୍କୁଲ କୋଚ ଉତ୍ସାହିତ କରିଥିଲେ । ତାଙ୍କର ୱିକେଟ କିପିଙ୍ଗ ସମସ୍ତଙ୍କୁ ପ୍ରଭାବିତ କଲା ।
  • ୧୯୯୭ ରେ ନିଜ ସ୍କୁଲ ପକ୍ଷରୁ ମାହୀ ଓ ତାଙ୍କ ସାଙ୍ଗ ଶବ୍ବୀର ୩୭୩ ରନ କରିଥିଲେ ।
  • ଏଥିରେ ଧୋନୀ ୨୩୧ରନ କରିଥିଲେ ।
  • ୧୯୯୭-୯୮ରେ ଧୋନୀଙ୍କୁ ୧୬ ବର୍ଷରୁ କମ ଦଳରେ ପରିଚୟ ମିଳିଥିଲା ।
  • ଧୋନୀ ସଚିନ ତେନ୍ଦୁଲକର ଓ ଆଡାମ ଗିଲକ୍ରିଷ୍ଟଙ୍କର ଫ୍ୟାନ ।
  • ବଲିଉଡରେ ତାଙ୍କୁ ଅମିତାଭ ବଚ୍ଚନ ବହୁତ ପସନ୍ଦ ।
  • ୨୦୦୪ରେ ତାଙ୍କୁ କେନିୟା ଗସ୍ତରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଲା
  • ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଗୌତମ ଗମ୍ଭୀରଙ୍କ ସହିତ ମିଶି ପାକିସ୍ତାନ ବିପକ୍ଷରେ ସେ ଅନେକ ଶତକ କରିଥିଲେ, ଏହାପରେ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଳା ।
  • ୨୦୦୫ରେ ସେ ପାକିସ୍ତାନ ବିପକ୍ଷରେ ୧୪୮ ରନ କରିଥିଲେ ।
  • ୨୦୦୫ରେ ହିଁ ଶ୍ରୀଲଙ୍କା ବିପକ୍ଷରେ ସେ ୧୮୩ ରନର ପାରି ଖେଳିଥିଲେ, ଯାହା ବ୍ୟକ୍ତିଗତ ଭାବେ ତାଙ୍କର ସବୁଠାରୁ ଅଧିକ ସ୍କୋର ।
  • ୨୦୦୫ ଶେଷ ବେଳକୁ ଆଇସିସି ରାଙ୍କିଙ୍ଗରେ ଧୋନୀ ଏକ ନମ୍ବର ଥିଲେ ।
  • ୨୦୦୬ରେ ଅନେକ ସିରିଜରେ ଭଲ ପ୍ରଦର୍ଶନ କରିପାରି ନଥିଲେ ଧୋନୀ, ଶାନ୍ତ ପଡିଯାଇଥିଲା ରନ ମେସିନ।
  • ୨୦୦୭ବିଶ୍ବକପରେ ଖରାପ ପ୍ରଦର୍ଶନ ଯୋଗୁଁ ସେ ଅନେକ ସମାଲୋଚନାର ଶିକାର ହୁଅନ୍ତି । ତାପରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଲା ।
  • ୨୦୦୮ରେ ଆଇସିସି ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରଷ୍କାରରେ ସମ୍ମାନିତ କରିଥିଲା । ଏହି ସମ୍ମାନ ପାଇବାରେ ଧୋନୀ ପ୍ରଥମ ଭାରତୀୟ ଖେଳାଳୀ ।
  • ଧୋନୀଙ୍କୁ ଅଧିନାୟକ କରିବା ଲାଗି ସଚିନ ତେନ୍ଦୁଲକର ସୁପାରିସ କରିଥିଲେ ।
  • ୨୦୦୯ରେ ସେ ପାଇଲେ ପଦ୍ମଶ୍ରୀ ପୁରସ୍କାର ।
  • ୨୦୧୧ରେ ଧୋନୀ ଭାରତକୁ ପାଇଁ ସେଇ ଗୌରବ ଆଣିଥିଲେ ଯାହା ପାଇଁ ଭାରତ ୨୮ ବର୍ଷ ଅପେକ୍ଷା କରିଥିଲା ।
  • ୨୦୧୧ ବିଶ୍ୱକପରେ ତାଙ୍କର ହେଲିକପ୍ଟର ସର୍ଟରେ ବିଜୟ ଛକ୍କା କିଏ ବା ଭୁଲିପାରିବ । ଏହା ପରେ ଟେଷ୍ଟ କ୍ରିକେଟରେ ଭାରତକୁ ଏକ ନମ୍ବର କରିଥିଲେ ଧୋନୀ
  • ଧୋନୀଙ୍କ ଜୀବନୀ ଉପରେ ବଲିଉଡ ଫିଲ୍ମ ହୋଇଛି ‘ ଏମ୍ଏସ୍ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ ।
  • ଧୋନୀ ସାକ୍ଷୀଙ୍କୁ ବିବାହ କରିଛନ୍ତି, ତାଙ୍କର ଏକ ଝିଅ ଅଛି ‘ଜିଭା’ ।
  • ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀ ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ଅଧିନାୟକତ୍ୱ ଛାଡିଦେଲେ ।

ଏହି ମହାନ ଖେଳାଳିଙ୍କୁ ତାଙ୍କ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More