Only for Entertainment

କ୍ୟାନସରରେ ପୀଡିତ ଏହି ଅଭିନେତା , ବର୍ଥଡେ’ରେ ଦେଖନ୍ତୁ ନିଆରା ଫଟୋ !

Hindustan Times
38

ବଲିଉଡର ଭର୍ସାଟାଇଲ ଆକ୍ଟର ଲିଷ୍ଟରେ ଥିବା ଇରଫାନ ଖାନ ୭ଜାନୁୟାରୀ ତଥା ଆଜି ନିଜର ବର୍ଥଡେ ସେଲିବ୍ରେଟ କରୁଛନ୍ତି । ଇରଫାନଙ୍କ ଜନ୍ମସ୍ଥଳୀ ହେଉଛି ରାଜସ୍ତାନର ଜୟପୁର ସହର । ମୁସଲିମ ପରିବାରରେ ଜନ୍ମ ହୋଇଥିବା ଇରଫାନଙ୍କ ବାପା ଜୟପୁରରେ ଟାୟର ବ୍ୟବସାୟ କରୁଥିଲେ ।

ବଲିଉଡ ଫିଲ୍ମ ଶୋଲେ ସହ ସେ ଖୁବ ଜଡିତ ଏହି କାରଣରୁ ସେ ଶୋଲେ’ ଫିଲ୍ମର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଆସନ୍ତୁ ଜାଣିବା ଇରଫାନଙ୍କ ଲାଇଫ ସହ ଜଡିତ କିଛି କଥା…..

ଇରଫାନ କେବେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଶେୟାର କରନ୍ତି ନାହିଁ ଏକ ସାକ୍ଷାତକାରରେ ସେ ତାଙ୍କ ପତ୍ନୀ ସୁତପା ସିକନ୍ଦର ଙ୍କ ସହ ଲଭ ଷ୍ଟୋରି ଶେୟାର କରି କହିଥିଲେ ଯେ ସେ ଯେତେବେଳେ ନ୍ୟାଶନାଲ ସ୍କୁଲ ଅଫ ଡ୍ରାମାରେ ପଢୁଥିଲେ ସୁତପାଙ୍କ ସହ ତାଙ୍କର ସେହିଠାରେ ଦେଖା ହୋଇଥିଲା ଏବଂ ଦୂହେଁ ଭଲ ବନ୍ଧୁ ହୋଇଯାଇଥିଲେ । ପୁଣି ଏହି ବନ୍ଧୁତାରୁ ବଢିଥିଲା ପ୍ରେମ ।

ଏକ ସାକ୍ଷାତକାରରେ ଇରଫାନ କହିଥିଲେ ସେ ମୁସଲିମ ପରିବାରରେ ଜନ୍ମ ହୋଇ ମଧ୍ୟ ଶାକାହାରୀ ଥିବା କହିଥିଲେ ଏହି କାରଣରୁ ଅନେକ ସମୟରେ ତାଙ୍କୁ ତାଙ୍କ ବାପା ପଠାଣ ପରିବାରରେ ବ୍ରାହ୍ମଣ ଜନ୍ମ ହୋଇଥିବା କୁହନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More