Only for Entertainment

୧୭ ବର୍ଷ ବୟସରେ ଘର ଛାଡି ମୁମ୍ବାଇ ଆସିଥିଲେ କଙ୍ଗନା, ଏପରି ମିଳିଥିଲା ପ୍ରଥମ ଫିଲ୍ମ

dna
20

କଙ୍ଗନା ରାଣାୱତ ଆଜି ଯେଉଁ ସଫଳତା ପାଇଛନ୍ତି ତାହାକୁ ପାଇବା ପାଇଁ ସେ ଖୁବ ସଙ୍ଘର୍ଷ କରିଥିଲେ ୨୩ ମାର୍ଚ୍ଚ ୧୯୮୭ରେ ହିମାଚଳ ପ୍ରଦେଶରେ କଙ୍ଗନା ଜନ୍ମ ହୋଇଥିଲେ କଙ୍ଗନାଙ୍କ ମାପେଶାରେ ଜଣେ ଟିଟର ଏବଂ ପିତା ଜଣେ ବ୍ୟବସାୟୀ କଙ୍ଗନାଙ୍କର ଜଣେ ଭାଇ ଏବଂ ବଜ ଭଉଣୀ ମଧ୍ୟ ଅଛନ୍ତି କଙ୍ଗନାଙ୍କର ବଲିଉଡ ସହିତ କୌଣସି ସମ୍ପର୍କ ନଥିଲା ସେ ନିଜର ଅଭିନୟ ସ୍ୱପ୍ନକୁ ପୂୁରା କରିବା ପାଇଁ ତାଙ୍କ ପିତାଙ୍କ ସହିତ ଝଗଡା କରିଥିଲେ ଏବଂ ଘରୁ ଆସି ବଲିଉଡରେ ସଙ୍ଘର୍ଷ କରିଥିଲେ କଙ୍ଗନାଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କର ସଙ୍ଘର୍ଷ ଜାରୀ ରହିଛି ଖବର ଅନୁସାରେ କଙ୍ଗନା ବର୍ତ୍ତମାନ ବଲିଉଡର ହାଇଏଷ୍ଟ ପେଡ ଅଭିନେତ୍ରୀ ମଧ୍ୟରୁ ଜଣେ

ରିପୋର୍ଟ ଅନୁସାରେ କଙ୍ଗନା ଏକ ଫିଲ୍ମ ପାଇଁ ୧୧ କୋଟି ଫିସ ନେଇଥିଲେ କମ ବୟସ ହୋଇଥିବାରୁ କଙ୍ଗନାଙ୍କୁ ପ୍ରଥମେ ତାଙ୍କର ପ୍ରଥମ ଫିଲ୍ମରୁ ରିଜେକ୍ଟ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ସେ ଫିଲ୍ମ ମିଳିଥିଲା କଙ୍ଗନାଙ୍କୁ ଛୋଟ ବେଳୁ ମଡେଲିଙ୍ଗ ଏବଂ ଅଭିନୟ ପ୍ରତି ଦୃବଳତା ଥିଲା କେବଳ ୧୭ ବର୍ଷ ବୟସରେ ସେ ଘର ଛାଡି ମୁମ୍ବାଇ ଆସିଥିଲେ ଏବଂ ମାୟାନଗରୀରେ ନିଜର କ୍ୟାରିୟର ଗଢିବା ପାଇଁ ସଙ୍ଘର୍ଷ କରିଥିଲେ

kangana

କଙ୍ଗନା ଏକ ଟିଭି ଶୋରେ ନିଜର ପ୍ରଥମ ଫିଲ୍ମ ବିଷୟରେ କହିଥିଲେ ସେ କହିଥିଲେ ମୁଁ କେବେ ଭାବିନଥିଲି ଯେ ମୁମ୍ବାଇରେ ଏକ ମାସ ମଧ୍ୟରେ ଅଡିସନ ଦେଇ ମୋତେ ଫିଲ୍ମ ମିଳିଯିବ ବୋଲି ସୁଟ ପାଇଁ ବସିଥିବା ବେଳେ ଜଣେ ବ୍ୟକ୍ତି ମୋତେ ମହେଶ ଭଟ୍ଟଙ୍କ ଅଫିସକୁ ନେଇଥିଲେ ଏବଂ ସେଠାରେ ମୋହିତ ସୁରୀ ଏବଂ ଅନୁରାଗ ବସୁଙ୍କ ସହିତ ମୋର ସାକ୍ଷାତ ହୋଇଥିଲା ସେଠାରେ ମୁଁ ଫିଲ୍ମଗ୍ୟାଙ୍ଗଷ୍ଟାରପାଇଁ ଅଡିସନ ଦେଇଥିଲି କିନ୍ତୁ କମ ବୟସ ପାଇଁ ମହେଶ ଭଟ୍ଟ ରିଜେକ୍ଟ କରିଥିଲେ ଏହା ପରେ ମୁଁ ଜାଣିବାକୁ ପାଇଲି ଫିଲ୍ମ ପାଇଁ ସାଇନି ଅହୁଜା ଏବଂ ଚିତ୍ରାଙ୍ଗଦାଙ୍କୁ ସାଇନ କରାଯାଇଛି

ଏହା ପରେ କଙ୍ଗନା କହିଥିଲେ ପ୍ରାୟ ଦୁଇ ମାସ ପରେ ଅନୁରାଗ ତାଙ୍କୁ ଫୋନ କରିଥିଲେ ଏବଂ ଚିତ୍ରାଙ୍ଗଦାଙ୍କ ସହିତ କିଛି ଅସୁବିଧା ଥିବାରୁ କଙ୍ଗନାଙ୍କୁ ତାଙ୍କର ପ୍ରଥମ ଫିଲ୍ମ ମିଳିଥିଲା

କଙ୍ଗନାଙ୍କୁ ଫିଲ୍ମଫ୍ୟାଶନ’ (୨୦୦୯), ଏବଂ  ‘କୁଇନ’ (୨୦୧୪) ଏବଂତନୁ ୱେଡର୍ସ ମନୁ’ (୨୦୧୫) ପାଇଁ ୩ଟି ନ୍ୟାସନାଲ ଆୱାର୍ଡ ମିଳିଥିଲା

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More