Only for Entertainment

ବର୍ଥଡେ ସ୍ପେଶାଲ: , ପଦ୍ମାବତରେ ରାଜ ରତନ ସିଂ ଭୂମିକା ମିଳିଥିଲା ପ୍ରଭାସଙ୍କୁ , ବାହୁବଲୀ ପାଇଁ କରିଥିଲେ ଅସ୍ୱୀକାର !

Zee News
71

ବାହୁବଲୀ ସିରିଜ ଫେମ ପ୍ରସିଦ୍ଧ ଅଭିନେତା ପ୍ରଭାସଙ୍କ ୨୩ଅକ୍ଟୋବର ତଥା ଆଜି ଜନ୍ମଦିନ । ପ୍ରଭାସ ଏଥର ତାଙ୍କର ୩୯ତମ ଜନ୍ମଦିନ ପାଳନ କରିବେ । ତାଙ୍କର ପୂରା ନାଁ ପ୍ରଭାସ ରାଜୁ ଉପ୍ପଲାପଟିି ଅଟେ । ବାହୁବଲୀ ପରେ ପ୍ରଭାସ ଆଉ କୌଣସି ଫିଲ୍ମରେ ନଜର ଆସି ନଥିଲେ । ଏହା ପରେ ସେ ଫିଲ୍ମ ସାହୋରେ ଶ୍ରଦ୍ଧା କପୁରଙ୍କ ସହିତ ନଜର ଆସିଥିଲେ । ପ୍ରଭାସଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା ।

ପ୍ରଭାସ ଥରକରେ ଗୋଟିଏ ଫିଲ୍ମ କରିବାକୁ ପସନ୍ଦ କରନ୍ତି , ତାଙ୍କର ସମସ୍ତ ଫିଲ୍ମର ସୁଟିଂ ପ୍ରାୟତଃ ୬୦୦ଦିନ ହୋଇଥାଏ । ସବୁଠାରୁ ଖାସ କଥା ହେଉଛି ୧୫୦୦କୋଟି ଆୟ କରିଥିବା ଫିଲ୍ମ ବାହୁବଲୀ ୫ବର୍ଷ ପର୍ଯ୍ୟନ୍ତ ସୁଟିଂ ହୋଇଥିଲା । ଏହି ଫିଲ୍ମ ସୁଟ କରିବା ସମୟରେ ପ୍ରଭାସଙ୍କୁ ଅନେକ ଫିଲ୍ମର ଅଫର ଆସିଥିଲା ମାତ୍ର ସେ ମନା କରି ଦେଇଥିଲେ ।

ସେ ତେଲୁଗୁ ଫିଲ୍ମ ‘ଈଶ୍ୱର’ରୁ ଡେବ୍ୟୁ କରିଥିଲେ । ଏହା ପରେ ରାଘବେନ୍ଦ୍ର, ବର୍ଷମ, ୟୋଗୀ, ଏକ ନିରଂଜନ. ରେବେଲ, ମିରଚି, ବାହୁବଲୀ : ଦ ବିଗନିଙ୍ଗ ଏବଂ ବାହୁବଲୀ : ଦ କନକ୍ଲ୍ୟୁଜନ ଭଳି ଫିଲ୍ମରେ ନଜର ଆସିଥିଲେ । ‘ସାହୋ’ ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଅଟେ । ପ୍ରଭାସଙ୍କ ସାହୋକୁ ମିଶାଇ ୧୯ଟି ଫିଲ୍ମରେ କାମ କରିଛନ୍ତି ।

ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ବାହୁବଲୀରୁ ଏତେ ପ୍ରାଭବିତ ହୋଇଯାଇଥିଲେ ଯେ ସେ ପ୍ରଭାସଙ୍କୁ ରାଜ ରତନ ସିଂ ପାଇଁ ଅଫର ଦେଇଥିଲେ ମାତ୍ର ଦୁର୍ଭାଗ୍ୟ ବଶତଃ ସେ ସମୟରେ ପ୍ରଭାସ ବାହୁବଲୀ ସୁଟିଂରେ ବ୍ୟସ୍ତ ଥିବା ହେତୁ ଫିଲ୍ମ ରେ କାମ ପାଇଁ ମନା କରି ଦେଇଥିଲେ ।

ଆପଣ ଜାଣନ୍ତି କି ବାହୁବଲି ଫିଲ୍ମରେ ବ୍ୟସ୍ତ ଥିବା ହେତୁ ପୂର୍ବ ୫ବର୍ଷ ମଧ୍ୟରେ ହାରାହାରି ପ୍ରଭାସଙ୍କ ପାଇଁ ୬ହଜାର ପ୍ରସ୍ତାବ ଆସି ଥିଲା, ଯାହାକୁ ସେ ମନା କରି ଦେଇଥିଲେ । ପ୍ରଭାସ ହିନ୍ଦୀ ଫିଲ୍ମ ଖୁବ ପସନ୍ଦ କରନ୍ତି ଅମୀର ଖାନଙ୍କ ୩ଇଡିୟଟ ସେ ୨୦ଥର ଦେଖିଛନ୍ତି ।
ବାହୁବଲୀ ପାଇଁ ପ୍ରଭାସଙ୍କୁ ୧୦୫କୋଟି ଟଙ୍କାର ଜିମ ଇକ୍ୟୁପମେଂଟ ଫିଲ୍ମ ନିର୍ମାତା ଗିଫ୍ଟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ୨୫କୋଟି ଟଙ୍କା ମିଳିଥିଲା । ଏବେ ପ୍ରଭାସ ୩୦କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି  ଗୋଟେ ଫିଲ୍ମ ପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More