ଆଜି ହେଉଛି ସାଉଥ ଅଭିନେତ୍ରୀ ରାମ୍ୟା କ୍ରିଷ୍ଣନଙ୍କ ଜନ୍ମଦିନ । ଫିଲ୍ମ ବାହୁବଳୀରେ ସେ ‘ଶୀବଗାମୀ’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ‘ବଡ଼େ ମିୟାଁ ଛୋଟେ ମିଆଁ’ ସିନେମାରେ ଅମିତାଭ ବଚ୍ଚନଙ୍କ ନାୟିକା ବି ବନିଥିଲେ।
ମାତ୍ର ତେର ବର୍ଷ ବୟସରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ଏଯାବତ୍ ଯେତେସବୁ ଚରିତ୍ର ପରଦା ଉପରେ ନିଭାଇଛନ୍ତି, ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ହେଲା ‘ଶିବଗାମୀ’। ‘ବାହୁବଳୀ-୨’ ଫିଲ୍ମରେ ରମ୍ୟାଙ୍କ ଅଭିନୀତ ଶିବଗାମୀ ଚରିତ୍ର ପାଇଁ କିନ୍ତୁ ପ୍ରଥମ ପସନ୍ଦ ନଥିଲେ ସେ।
ନିର୍ଦ୍ଦେଶକ ରାଜାମୌଲୀ ସର୍ବପ୍ରଥମେ ଏହି ଭୂମିିକା ପାଇଁ ଶ୍ରୀଦେବୀଙ୍କୁ ଅଫର୍ ଦେଇଥିଲେ। ହେଲେ ଶ୍ରୀଦେବୀ ଏହି ଚରିତ୍ରରେ ଅଭିନୟ କରିବା ଲାଗି ଛଅ କୋଟି ଟଙ୍କାର ପାରିଶ୍ରମିକ ଦାବି କରିଥିଲେ। ତା’ଛଡ଼ା ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଗୋଟିଏ ଫ୍ଲୋର୍ ତାଙ୍କ ପାଇଁ ବୁକ୍ ହୋଇ ରହିବ ବୋଲି ସର୍ତ୍ତ ରଖିଥିଲେ।
ଶ୍ରୀଦେବୀଙ୍କ ଏଭଳି ଅଜବ ସର୍ତ୍ତ ଶୁଣି ରାଜା ମୌଲୀ ତାଙ୍କୁ ନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସ୍ଥାନରେ ସେ କାହାକୁ ନେବେ ବୋଲି ଚିନ୍ତା କରିଥିଲେ। ଅବଶେଷରେ ରମ୍ୟାା କ୍ରିଷ୍ଣନଙ୍କୁ ଅଫର୍ ଦେଲେ। ରମ୍ୟା ମାତ୍ର ଅଢ଼େଇ କୋଟି ଟଙ୍କା ପାରିଶ୍ରମିକରେ ‘ବାହୁବଳୀ’ରେ କାମ କରିବା ପାଇଁ ରାଜି ହୋଇଥିଲେ ଏବଂ ଲୋକେ ତାଙ୍କର ଅଭିନୟକୁ ଖୁବ ପ୍ରଶଂସା କରିଥିଲେ ।