Only for Entertainment

ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ରେଖା ।

Free Press Journal
28

ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ରେଖାଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି,କିନ୍ତୁ ଆଜି ତାଙ୍କ ଜନ୍ମଦିନରେ ଆମେ ଜାଣିବା ତାଙ୍କ ବିଷୟରେ କିଛି ଖାସ କଥା ।

ରେଖାଙ୍କ ବାସ୍ତବ ନାମ ବୋଧହୁଏ ଖୁବ କମ ଲୋକ ଜାଣିଥିବେ । ଯଦିଓ ସମସ୍ତେ ତାଙ୍କ ରେଖା ଭାବରେ ଜାଣନ୍ତି ତଥାପି ତାଙ୍କର ପ୍ରକୃତ ନାମ ହେଉଛି ଭାନୁରେଖା ଗଣେଶାନ ।୬୪ ବର୍ଷୀୟା ରେଖା ନିଜ ପରିବାରର ଅବସ୍ଥା କିଛି ଠିକ ନଥିବାରୁ ୧୯୬୬ରେ ଶିଶୁ କଳାକାର ଭାବରେ ତେଲୁଗୁ ଫିଲ୍ମ ରଙ୍ଗୁଲା ରତ୍ନମରେ ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ । ତାହାର ଠିକ ୪ ବର୍ଷ ପରେ ସାୱନ ଭଦୋନ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଥିଲେ ରେଖା । ୧୯୭୦ର ମଧ୍ୟଭାଗ ପର୍ଯ୍ୟନ୍ତ ତାଙ୍କୁ ଏକ ଭଲ ଅଭିନେତ୍ରୀର ପରିଚୟ ମିଳିପାରିନଥିଲା । କିନ୍ତୁ ଏହାର ପରେ ପରେ ସେ ସମସ୍ତଙ୍କ ହୃଦୟରେ ରାଜ କରିବାକୁ ଲାଗିଲେ ।

ରେଖା ୧୮୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଜଲୱା ଦେଖାଇ ସାରିଛନ୍ତି । କେବଳ ଫିଲ୍ମ ନୁହେଁ ଆର୍ଟ ହାଉସ ଫିଲ୍ମରେ ମଧ୍ୟ ସେ ନଜର ଆସିଛନ୍ତି । ଅଭିନୟର ଯାଦୁରେ ସେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବରେ ୩ଟି ଫିଲ୍ମ ଯଥା ଖୁବସୁରତ,ଖୁନ ଭରି ମାଙ୍ଗ ଏବଂ ଖିଲାଡ଼ିୟୋଁ କା ଖିଲାଡ଼ୀ ଫିଲ୍ମ ପାଇଁ ପୁରସ୍କାର ମଧ୍ୟ ପାଇଛନ୍ତି । କେବଳ ସେତିକି ନୁହେଁ ‘ଉମରାଓ ଜାନ’ ପାଇଁ ବେଷ୍ଟ ଆକ୍ଟ୍ରେସ ଭାବରେ ନେସନାଲ ଆୱାର୍ଡ଼ ହାତେଇଛନ୍ତି ଏଭରଗ୍ରୀନ ସୁନ୍ଦରୀ ରେଖା ।ସବୁଠାରୁ ଗୌରବର କଥା ହେଉଛି ୨୦୧୦ରେ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାରରେ ରେଖା ସମ୍ମାନିତ ହୋଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେତ୍ସା ଓ ଶୁଭକାମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More