Only for Entertainment

ତାରା ସୁତରିୟା ବର୍ଥଡେ ସ୍ପେଶାଲ: ତାରା ସୁତରିୟା ବର୍ଥଡେ ସ୍ପେଶାଲ: ଜାଣନ୍ତୁ ଷ୍ଟୁଡେଂଟ ଅଫ ଦ ଇୟର ୨ ନୁହେଁ ଏହି ଠାରୁ ଆରମ୍ଭ କରିଥିଲେ ନିଜ କ୍ୟାରିଅର !

35

ମଲ୍ଟି ଟ୍ୟାଲେଂଟେଡ, ସୁନ୍ଦର ଏବଂ ବଲିଉଡର ନୂଆ ହଟ ଅଭିନେତ୍ରୀ ତାରା ସୁତରିଆ ଆଜି ନିଜର ୨୪ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ପୁନୀତ ମଲହୋତ୍ରାଙ୍କ ‘ଷ୍ଟୁଡେଂଟ ଅଫ ଦ ଇୟର୨’ରୁ ବଲିଉଡରେ ଡେବ୍ୟୁ କରିଥିଲେ ତାରା ।
ନିଜ ପ୍ରଥମ ଫିଲ୍ମରେ ହିଁ ସେ ପ୍ରମାଣ କରିଥିଲେ ଯେ ଆଗକୁ ଖୁବ ଯିବେ । ଏହି ଫିଲ୍ମରେ ତାଙ୍କ ସହ ଟାଇଗର ଶ୍ରଫ ଏବଂ ଅନନ୍ୟା ପାଣ୍ଡେ ସ୍କ୍ରିନରେ ନଜର ଆସିଥିଲେ । ତାରା ନିଜର ଫ୍ୟାଶନେବଲ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ବର୍ଥଡେ ଗର୍ଲ ତାରା ନିକଟରେ ମିଲାପ ଜାବେରୀଙ୍କ ନିର୍ଦ୍ଦେଶିତ ‘ମରଜାୱାଁ’ରେ ନଜର ଆସିଛନ୍ତି । ଯେଉଁଥିରେ ତାଙ୍କ ସହ ସିଦ୍ଧାର୍ଥ ମଲହୋତ୍ରା ଏବଂ ରିତେଶ ଦେଶମୁଖ ମଧ୍ୟ ନଜର ଆସିଥିଲେ । ତାରା ନିଜ ଶାନଦାର ଭୂମିକା ଯୋଗୁଁ ପୁଣି ଥରେ ଦର୍ଶକଙ୍କ ପସନ୍ଦିତା ହୋଇପାରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ମୁମ୍ବାଇ ଜନ୍ମ ହୋଇଥିବା ତାରା ଜଣେ ଖୁବ ଭଲ ଡାନ୍ସର ମଧ୍ୟ ଅଟନ୍ତି । ତାରା କ୍ଲାସିକାଲ ବେଲେ, ମର୍ଡନ ଡାନ୍ସ ଏବଂ ଲାଟିନ ଆମେରିକା ଡାନ୍ସରେ ଲଣ୍ଡନର ରୟାଲ ଏକାଡେମୀ ଅଫ ଡାନ୍ସ ରେ ତାଲିମ ନେଇଛନ୍ତି ।

୭ବର୍ଷ ବୟସରେ ତାରା ପ୍ରଫେସନାଲ କଣ୍ଠଶିଳ୍ପୀ ଭାବେ କାମ କରୁଥିଲେ ଏବଂ ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ପରଫର୍ମ କରିସାରିଛନ୍ତି । ତାରା ୨୦୧୦-୧୧ରେ ଡିଜ୍ନୀ ଚ୍ୟାନେଲ ସହ ଶିଶୁ କଳାକାର ଭାବେ ଭିଡିଓ ଜକି ରୁପରେ କାମ ଆରମ୍ଭ କରିଥିଲେ ।

ତାଙ୍କୁ ପରିଚୟ ମିଳିଥିଲା ‘ଦ ସୁଟ ଲାଇଫ ଅଫ କରଣ ଏଣ୍ଡ କବୀର(୨୦୧୨) ଏବଂ ‘ଓଏ ଜସ୍ସୀ’(୨୦୧୩)ରୁ । ତାରାଙ୍କ ଜାଆଁଳା ଭଉଣୀ ମଧ୍ୟ ଅଛନ୍ତି, ତାଙ୍କ ନାଁ ପିୟା ସୁତରିୟା ।

ଫିଲ୍ମ ବ୍ୟତୀତ ତାରାଙ୍କ ଅଫେୟାର ଖବର ଖୁବ ଚର୍ଚ୍ଚାରେ ରହିଥିଲା । ବିନୋଦ ମେହରାଙ୍କ ପୁଅ ରୋହଣ , ତା’ପରେ ଆର ଜୈନଙ୍କୁ ଡେଟ କରୁଥିବା ଖବର ନେଇ ଚର୍ଚ୍ଚାରେ ରହିଥିଲେ ତାରା ।

ତାରା ଏବେ ଫିଲ୍ମ ‘ମରଜାୱା’ ସଫଳତାକୁ ଉପଭୋଗ କରୁଛନ୍ତି ଏବଂ ନିଜ ଆଗାମୀ ଫିଲ୍ମ ମିଲନ ଲୁଥରିୟାଙ୍କ ‘ତଡପ’ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମରେ ସେ ସୁନୀଲ ସେଟ୍ଟୀଙ୍କ ପୁଅ ଅହାନଙ୍କ ସହ ନଜର ଆସିବେ । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ତେଲୁଗୁ ଫିଲ୍ମ ‘ଆରଏକ୍ସ୧୦୦’ର ରିମେକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More