Only for Entertainment

ରିଲିଜ ହେଲା ଅପକମିଂ ଫିଲ୍ମ ହାର୍ପି ଆଣ୍ଡ ହାର୍ଡି ହୀରର ପ୍ରଥମ ମ୍ୟୁଜିକ ଭିଡିଓ ଆଶିକୀ ମେଁ ତେରୀ ୨.୦ ।

35

ଅପକମିଂ ଫିଲ୍ମ ହାପି ହାର୍ଡି ଆଣ୍ଡ ହୀରର ପ୍ରଥମ ଗୀତ ରିଲିଜ ହୋଇଛି । ଗୀତରେ ଶୁଣିବାକୁ ମିଳିଛି ହିମେଶ ରେଶମିୟାଙ୍କ ସହ ଚର୍ଚ୍ଚିତ କଳାକାର ରାନୁ ମଣ୍ଡଳଙ୍କ ଆୱାଜ । ୟୁଟ୍ୟୁବରେ ରିଲିଜ ପରେ ବେଶ ଲୋକପ୍ରିୟ ହେବାରେ ଲାଗିଛି ଆଶିକି ମେ ତେରିର ଏହି ରିମେକ ।

ଦର୍ଶକଙ୍କ ଅପେକ୍ଷା ଶେଷ ହୋଇଛି । ଆସିଛି ହିମେଶ ରେଶମିୟାଙ୍କ ସେହି ବହୁ ପ୍ରତିକ୍ଷିତ ଗୀତ ଯାହା କିଛି ଦିନ ହେବ ବେଶ ଚର୍ଚ୍ଚା ସାଉଁଟିଛି । ଚର୍ଚ୍ଚାର କାରଣ ହେଉଛନ୍ତି ରାଣାଘାଟର ରାନୁ ମଣ୍ଡଳ । ଯାହାଙ୍କୁ ଯାଦୁଗରୀ ଗାୟକୀ ଶୁଣିବା ପରେ ହିମେଶ ନିଜର ଏହି ଗୀତରେ କଣ୍ଠଦାନ ପାଇଁ ତାଙ୍କୁ ଦେଇଥିଲେ ବିଗ ବ୍ରେକ । ରେଳଷ୍ଟେସନରେ ଗୀତ ଗାଉଥିବା ରାନୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ତାଙ୍କ ଉପରେ ଆର୍ଶୀବାଦର ହାତ ରଖିଥିଲେ ବଲିଉଡର ଜଣାଶୁଣା କମ୍ପୋଜର ହିମେଶ । ୩୬ ଚାଇନା ଟାଉନର ଗୀତର ରିମେକକୁ ଫିଲ୍ମରେ ସ୍ଥାନ ଦିଆଯାଇଛି ।

ଅପକମିଂ ହାପି ହାରର୍ଡି ହୀରର ଏହି ଗୀତକୁ ଉଭୟ ହିମେଶ ଓ ରାନୁ ଗାଇଛନ୍ତି । କଣ୍ଠଦାନ ସହ ହିମେଶ ଏହାକୁ କମ୍ପୋଜ ମଧ୍ୟ କରିଛନ୍ତି । ଦର୍ଶକ କେବଳ ଗୀତକୁ ନୁହେଁ ଏହାର ପିକଚରାଇଜେସକୁ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି ହିମେଶ । ୟୁଟ୍ୟବରେ ରିଲିଜ ପରେ ଗୀତର ଚାହିଦା କ୍ରମାଗତଭାବେ ବୃଦ୍ଧି ପାଉଛି । ଫିଲ୍ମ ପାଇଁ ରାନୁ ମୋଟ ୩ଟି ଗୀତରେ କଣ୍ଠଦାନ କରିଛନ୍ତି ।ଚଳିତବର୍ଷ ଡିସେମ୍ବର ୨୭ରେ ରିଲିଜ ହେବ ଫିଲ୍ମ । ଆଗକୁ ରାନୁଙ୍କ ପାଖରେ ରହିଛି ଏକାଧିକ ଅଫର

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More