Only for Entertainment

ଭ୍ରମିତ ହେଲେ ଭାରତୀୟ ୟୁଜର୍ସ! ସୋସିଆଲ ମିଡିଆରେ ଛୁଟିଲା ମଦର୍ସ ଡେ’ ଶୁଭକାମନାର ସୁଅ, ଜାଣନ୍ତୁ ଏହା ପଛର କାରଣ

latestly
37

ଆଜି ୧୫ ନଭେମ୍ବର ହୋଇଥିବା ବେଳେ ସୋସିଆଲ ମିଡିଆରେ ମଦର୍ସ ଡେ’ ଶୁଭକାମନାର ଶୁଅ ଛୁଟିଛି । ଲୋକେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ହ୍ୱାଟସଆପରେ ମା’ ମାନଙ୍କୁ ମାତୃ ଦିବସର ଶୁଭକାମନା ଦେବାରେ ଲାଗିଛନ୍ତି । ଅସଲରେ ଭାରତରେ ୧୨ ମଇ ୨୦୧୯ରେ ମାତୃ ଦିବସ ପାଳନ କରାଯାଇଥିଲା । କିନ୍ତୁ ୧୫ ନଭେମ୍ବର ଅର୍ଥାତ ଆଜି ପୁଣିଥରେ ଲୋକେ ହାଶଟ୍ୟାଗ ହ୍ୟାପି ମଦର୍ସ ଡେ ସହିତ ମା’ ମାନଙ୍କୁ ଶୁଭକାମନା ଜଣାଇବାରେ ଲାଗିଛନ୍ତି । ତେବେ ଏହାକୁ ଦେଖି ଏବଂ ଏହାର ସତ୍ୟତା ଜାଂଚ କରି ଜଣାପଡିଲା ଯେ, ଉତ୍ତର କୋରିଆରେ ୧୬ ନଭେମ୍ବର ୨୦୧୯ରେ ମଦର୍ସ ଡେ ପାଳନ କରାଯାଇଥାଏ । ଏହା ଭାରତୀୟ ୟୁଜର୍ସଙ୍କୁ ଭ୍ରମିତ କରିଦେଇଛି ଯାହା ଫଳରେ ଶୁକ୍ରବାର ସକାଳୁ ହିଁ ସୋସିଆଲ ମିଡିଆରେ ମଦର୍ସ ଡେ’ ଶୁଭକାମନାର ବର୍ଷା ହେବାରେ ଲାଗିଛି ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ମା’ମାନଙ୍କ ପାଇଁ କେବଳ ବର୍ଷର ଗୋଟିଏ ଦିନ ନୁହେଁ ବର୍ଷର ପରତ୍ୟେକ ଦିନ ସମର୍ପିତ । ମାତ୍ର ମା’ଙ୍କୁ ସ୍ପେଶାଲ ଫିଲ କରାଇବା ପାଇଁ ପୂରା ଦୁନିଆରେ ଭିନ୍ନ ଭିନ୍ନ ତାରିଖରେ ମଦର୍ସ ଡେ ପାଳନ କରାଯାଇଥାଏ । ଭାରତରେ ମଦର୍ସ ଡେ ବା ମାତୃ ଦିବସ ମଇ ମାସର ଦ୍ୱିତୀୟ ରବିବାର ପାଳନ କରାଯାଏ । ସେହିପରି ଉତ୍ତର କୋରିଆରେ ୧୬ ନଭେମ୍ବର ଏବଂ ନଭେମ୍ବର ମାସର ଶେଷ ରବିବାର ଦିନ ରୁଷରେ ମଦର୍ସ ଡେ’ ପାଳନ କରାଯାଏ । ତେବେ ଭାରତୀୟ ୟୁଜର କିପରି ମଦର୍ସ ଡେ’ର ଶୁଭକାମନା ଶୁକ୍ରବାର ଜଣାଇଛନ୍ତି ତାହା ଉପରେ ନଜର ପକାନ୍ତୁ-

ଭାରତୀୟ ୟୁଜର୍ସ ଏହି ଖବରକୁ ଜାଂଚ ନକରି ଶୁଭକାମନା ଜଣାଇବାରେ ଲାଗିଛନ୍ତି । ଶୁକ୍ରବାର ସକାଳୁ ହିଁ ସୋସିଆଲ ମିଡିଆରେ ମଦର୍ସ ଡେ ଶୁଭକାମନା ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More