Only for Entertainment

Birthday Special : ଜାଣନ୍ତୁ, କେମିତି ‘ରୋଷେୟା’ ରୁ ‘ଖିଲାଡି କୁମାର’ ବନିଲେ ଅକ୍ଷୟ କୁମାର !

Upperstall
71

ଅଭିନେତା ଅକ୍ଷୟ କୁମାର ଆଜି ନିଜର ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି । ରୋଷେୟା ଏବଂ ମାର୍ସଲ ଆର୍ଟ ଟ୍ରେନରରୁ ବଲିଉଡ୍ ଜଗତରରେ ରାଜ୍ କରିବା କୌଣସି ଆଶ୍ଚର୍ଯ୍ୟରୁ କମ୍ ନୁହେଁ । କିନ୍ତୁ ଖିଲାଡି ତଥା ଅକ୍ଷୟ କୁମାର ନିଜ ପରିଶ୍ରମ ବଳରେ ଆଜି ବଲିଉଡର ସେହି ସ୍ଥାନରେ ପହଂଚି ପାରିଛନ୍ତି ଯାହାକୁ ସ୍ୱପ୍ନର ସହର ମୁମ୍ବାଇକୁ ଆସି ଜଣେ ବ୍ୟକ୍ତି ଦେଖିଥାଏ ।

ଅକ୍ଷର କୁମାରଙ୍କ ଜନ୍ମ ୯ ଡିସେମ୍ବର ୧୯୭୬ରେ ପଂଜାବର ଅମୃତସରର ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ମାତ୍ର ତାଙ୍କ ବାଲ୍ୟକାଳ ଦିଲ୍ଲୀରେ ହିଁ ବିତିଥିଲା । ଅକ୍ଷୟ ନିଜ ପାଠପଢା ଶେଷ କରି ବ୍ୟାଙ୍କକ୍ ଚାଲି ଯାଇଥିଲେ ଏବଂ ସେଠାରେ ସେ ଜଣେ ରୋଷେୟା ଭାବରେ କାମ କରିଥିଲେ । ଏହି ସମୟରେ ସେଠାରେ ସେ ମାର୍ସଲ ଆର୍ଟ ଶିକ୍ଷାଲାଭ କରିଥିିଲେ । ତେବେ କିଛି ଦିନ ସେଠାରେ ରହିବା ପରେ ସେ ମୁମ୍ବାଇ ଚାଲି ଆସିଥିଲେ । ଏବଂ ମୁମ୍ବାଇରେ ଜଣେ ମାର୍ସଲ ଆର୍ଟ ଟ୍ରେନର ଭାବେ ଅକ୍ଷୟ କାମ କରିଥିଲେ ।

akshya

ଏହି ସମୟରେ ତାଙ୍କର ଭେଟ ସିନେମା ନିର୍ମାତା ପ୍ରମୋଦ ଚକ୍ରବର୍ତ୍ତୀଙ୍କ ସହ ହୋଇଥିଲା ଏବଂ ସେ ଅକ୍ଷୟଙ୍କୁ ନିଜ ସିନେମା ‘ଦିଦାର’ରେ କାମ କରିବା ପାଇଁ ଅଫର ଦେଇଥିଲେ । ପରେ ନିର୍ଦ୍ଦେଶକ ଅବ୍ୱାସ ମସ୍ତାନଙ୍କ ଦୃଷ୍ଟି ଅକ୍ଷୟଙ୍କ ଉପରେ ପଡିଥିଲା । ସେ ତାଙ୍କ ସିନେମା ‘ଖିଲାଡି’(୧୯୯୨)ରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ରହସ୍ୟ ଏବଂ ରୋମାଂଚକରେ ଭରା ଏହି ସିନେମାରେ ଅକ୍ଷୟଙ୍କ ଦମଦାର ପ୍ରଦର୍ଶନ ବଳରେ ତାଙ୍କ ନାଁ ସହ ଯୋଡି ହୋଇ ଯାଇଥିଲା ‘ଖିଲାଡି’ର ଟ୍ୟାଗ୍ ।

ଅର୍ଥାତ୍ ସିନେମା ଜଗତରେ ଅକ୍ଷୟ ‘ଖିଲାଡି କୁମାର’ ନାଁରେ ହୋଇଥିଲେ ସୁପରହିଟ୍ । ଏହାପରେ ବହୁ ସିନେମା ନିର୍ମାତାମାନେ ତାଙ୍କୁ ନେଇ ଖିଲାଡି ଟାଇଟଲ ବାଲା ଅନେକ ସିନେମା ନିର୍ମାଣ କରିଥିଲେ । ଯେପରିକି ମେଁ ଖିଲାଡି ତୁ ଅନାଡି, ସବସେ ବଡା ଖିଲାଡି, ଖିଲାଡୋୟୋଁ କା ଖିଲାଡି, ମିଷ୍ଟର ଆଣ୍ଡ ମିସେସ୍ ଖିଲାଡି, ଇଂଟରନ୍ୟାସନାଲ୍ ଖିଲାଡି, ଖିଲାଡି ୪୨୦ ଆଦି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More