Only for Entertainment

ଖଳନାୟକ ଭାବେ ନଜର ଆସୁଥିବା ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକ ପ୍ରଥମଥର ଏହି ଫିଲ୍ମରେ ତୁଲାଇଥିଲେ ପଜେଟିଭ୍ ରୋଲ !

124

୧୯୫୮ ମସିହାରେ ଆଜିର ଦିନରେ କଟକ ସହରର ତୁଳସୀପୁରରେ ଜନ୍ମ ଗ୍ରହଣ କରିଥିଲେ ହର ପଟ୍ଟନାୟକ । ଓଲିଉଡର ଜଣେ ଖ୍ୟାତନାମା ଅଭିନେତା-ନିର୍ଦ୍ଦେଶକଙ୍କୁ ଦର୍ଶକ କେବେ ବି ଭୁଲି ପାରିବେ ନାହିଁ । ସେ ପରଦା ଉପରେ ଯେମିତ ଦମଦାର୍ ଖଳନାୟିକୀ ଦେଖାଇଥିଲେ ଠିକ୍ ସେମିତି ପରଦା ପଛରେ ରହି ଅନେକ ହିଟ୍ ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏବେ ଆପଣମାନେ ଜାଣିସାରିବେଣି ଯେ ଏହି ସିନେ ବ୍ୟକ୍ତିତ୍ୱ ଜଣକ ହେଲେ ହର ପଟ୍ଟନାୟକ । ସେ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁନାସଂସାର’ରୁ ସିନେ ଜଗତରେ ପ୍ରବେଶ କରିଥିଲେ । ତେବେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଦଇବ ଦଉଡ଼ି’ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ଠିକ୍ ସେହିପରି ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ଜୋର ଯାର ମୁଲକ ତାର’ ରେ ଚମକପ୍ରଦ ଅଭିନୟ କରିବା ପରେ ଓଲିଉଡରେ ଜଣେ ନାମୀ ଖଳନାୟକ ବନିଥିଲେ ହର ପଟ୍ଟନାୟକ ।

ନବେ ଦଶକର ଓଡିଆ ସିନେମାରେ ଚର୍ଚ୍ଚିତ ଚେହେରା ଥିଲେ ହର ପଟ୍ଟନାୟକ । ଜଣେ ଅଭିନେତା, ନିର୍ଦ୍ଦେଶକ, କାହାଣୀ ଓ ଚିତ୍ରନାଟ୍ୟ ଲେଖକ ଭାବେ ତାଙ୍କର ଥିଲା ସୁଖ୍ୟାତି । ଅଭିନୟ ପ୍ରତି ପିଲା ଦିନରୁ ଥିଲା ତାଙ୍କର ଆଗ୍ରହ । ସେଇ ଆଗ୍ରହ ତାଙ୍କୁ ଟାଣି ନେଇଥିଲା ରଂଗମଞ୍ଚର ଦୁନିଆକୁ । ଅନ୍ନପୂର୍ଣ୍ଣା ବି’ଗ୍ରୁପ ସହିତ ସଂଶ୍ଳିଷ୍ଟ ଥିବା ହର ପଟ୍ଟନାୟକ ସିନେମା ଜଗତରେ ପ୍ରବେଶ କରିଥିଲେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ଡାକରା ପାଇ । ଶିଶିର ମିଶ୍ରଙ୍କ ସହଯୋଗୀ ଭାବେ କାମ କରୁଥିଲେ ହର ପଟ୍ଟନାୟକ । ଅଭିନେତା ଭାବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ ଜୀବନ ସଂଗ୍ରାମ’ । ପିଲା ଦିନରୁ ତାଙ୍କ ଅଭିନୟ ନିଶା, ଏହାପରେ ପାଲଟି ଗଲା ତାଙ୍କ ପାଇଁ ପେଶା । କେବଳ ନବେ ଦଶକରେ ହର ପଟ୍ଟନାୟକ ଅଭିନୟ କରିଥିଲେ ୧୧ଟି ଚଳଚ୍ଚିତ୍ରରେ । ସେଥି ମଧ୍ୟରୁ ‘ ପୁଅ ମୋର କଳା ଠାକୁର’, ମା’ , ‘ଜୋର୍ ଯାର ମୂଲକ ତାର’, ‘ଚକା ଆଖି ସବୁ ଦେଖୁଛି’ ଓ ‘ ସୁନା ପଞ୍ଜୁରୀ’ ପରି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ହର ପଟ୍ଟନାୟକଙ୍କ ଅଭିନୟର ଦମ୍ ।

ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ଚଳଚ୍ଚିତ ‘ ଦଇବ ବଉଡି’ । ଏହାପରେ ‘କପାଳ ଲିଖନ’, ‘ ଭାଗ୍ୟ ହାତେ ଡୋରୀ’, ‘ପୁଅ ମୋର ଭୋଳା ଶଙ୍କର’, ‘ ଗଙ୍ଗା ଯମୁନା’ , ‘ ସୁନା ସଂସାର’, ‘ସୁହାଗ ସିନ୍ଦୁର’ ପରି ଅନେକ ଚଳଚ୍ଚିତ୍ର ତାଙ୍କ ନିର୍ଦ୍ଦେଶନା ଦକ୍ଷତାକୁ କରିଥିଲା ପ୍ରମାଣିତ ।

‘ଦଇବ ଦଉଡ଼ି’ରୁ ଆରମ୍ଭ କରି ‘ଓମ୍ ସାଇ ରାମ୍’ ଯାଏଁ ସେ ଯେତେସବୁ ସିନେମା ର ନିର୍ଦ୍ଦେଶନା ଦେଇଥିଲେ ସେଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ହେଲେ ଗୋଟିଏ ଛବିରେ ନୁହେଁ । ଏହି ଓଡ଼ିଆ ସିନେମାଟି ହେଉଛି ‘ସାଥୀରେ’। ହର ପଟ୍ଟନାୟକ ଏବଂ ଶୈଳବାଳା ଲେଙ୍କାଙ୍କ ପ୍ରଯୋଜିତ ଏହି ସିନେମାରେ ହରଙ୍କ ଏକ ସଂଳାପ ବେଶ୍ ଲୋକପ୍ରିୟ ହୋଇଥିଲା । ତାହା ହେଲା ‘ନାହିଁ ନାହିଁ ଆମ ଓଡ଼ିଶାରେ ଏମିତି ହୁଏ ନାହିଁ’ ।

 

‘ସାଥୀରେ’ର ମୁଖ୍ୟ କଳାକାର ଭାବେ ଅନୁଭବ,ଶ୍ରୀତମ୍,ଦୀପକ, ପ୍ରଦ୍ୟୁମ୍ନ ଲେଙ୍କା କାର୍ଯ୍ୟ କରିଥିବା ବେଳେ, ଏହାର ଗୀତିକାର-ସଙ୍ଗୀତକାର ହେଲେ ମନ୍ମଥ ମିଶ୍ର। ଅନେକ ଗୁଡିଏ ବଙ୍ଗଳା ଚଳଚ୍ଚିତ୍ରରେ ସେ ଅଭିନୟ କରିବା ସହିତ ଦେଇଥିଲେ ନିର୍ଦ୍ଦେଶନା । ଓଡିଆ ସିନେମା ଜଗତରେ ସୁପର ଷ୍ଟାର ଭାବେ ରାଜୁତି କରୁଥିବା ଅନୁଭବ ମହାନ୍ତଙ୍କୁ ହର ପଟ୍ଟନାୟକ ପ୍ରଥମେ ସୁଯୋଗ ଦେଇଥିଲେ ଚଳଚ୍ଚିତ ‘ଆଇ.ଲଭ୍.ୟୁ’ରେ । ସବ୍ୟସାଚିଙ୍କୁ ‘ ପାଗଳ ପ୍ରମୀ’ ଓ ବାବୁ ସାନଙ୍କୁ ସୁଯୋଗ ଦେଇଥିଲେ ‘ ରୋମିଓ ଦି ଲଭର ବୟ’ରେ । ୨୦୧୫ ମସିହା ଜାନୁଆରୀ ୧୩ ତାରିଖରେ ଲିଭିଯାଇଥିଲା ହର ପଟ୍ଟନାୟକଙ୍କ ଜୀବନ ଦୀପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More