Only for Entertainment

ପୁଣିଥରେ ହେବାକୁ ଯାଉଛି କ୍ରିକେଟ ଏବଂ ବଲିଉଡର ମିଳନ !

timesnownews.com
0 56

ଭାରତରେ ଦୁଇ ଗ୍ଲାମରସ ଜଗତ ହେଉଛି ବଲିଉଡ ଏବଂ କ୍ରିକେଟ । ଆଗରୁ ଏହି ଦୁଇ ଜଗତର ସମ୍ପର୍କ ଅତ୍ୟନ୍ତ ଗଭୀର । କିନ୍ତୁ ଆଜି ଠାରୁ ନୁହେଁ ବର୍ଷ ବର୍ଷ ଧରି ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଚାଲି ରହିଆସିଛି । ଏହାର ବଡ ଉଦାହରଣ ସ୍ୱରୂପ ହେଉଛି କିଛି ଦିନ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବିରାଟ ଏବଂ ଅନୁଷ୍କା । କିନ୍ତୁ ଗତ କିଛି ଦିନ ହେବ ଭାରତୀୟ ଟିମ ସହ ଜଡିତ ଆଉ ଏକ ମାମଲା ସାମନାକୁ ଆସିବାରେ ଲାଗିଛି ।

ଆମେ ଏଠାରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକଙ୍କ କଥା କହୁଛି । ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ବିରୁଷ୍କାଙ୍କ ରିସେପଶନ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ କୁନାଲଙ୍କ ବିବାହ ହୋଇଥିଲା, ଯେଉଁଥିରେ ପ୍ରସିଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ବିବାହରେ ନିଆଯାଇଥିବା ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଷ୍ଟେଜ ଉପରେ ଉପସ୍ଥିତ ଥିବା ବର କୁନାଲଙ୍କ ସମେତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଏଲି ଇବ୍ରାହିମ ନଜର ଆସିଥିଲେ । ଏହି ଛବି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏବେ ଚହଳ ପକାଇଛି । ଏଲି ବିଗବସ ଜରିଆରେ ବଲିଉଡ ଜଗତରେ ପାଦ ପକାଇଥିଲେ । ଗତ କିଛି ଦିନ ପୂର୍ବେ ଏଲି ଷ୍ଟାର ପ୍ଲସର “ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ”ରେ ହୋଷ୍ଟ ଥିଲେ । ଶୁଣିବାକୁ ମିଳୁଛି ଯେ ଏଲି ଏବଂ ପାଣ୍ଡ୍ୟା ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ।

ମାତ୍ର ଏହି ଖବରର କୌଣସି ସଠିକ ସନ୍ଧାନ ଏଯାଏଁ ମିଳିନି କିନ୍ତୁ ଏହି ପ୍ରେମ ପକ୍ଷୀଙ୍କ ମନରେ ଭିତରେ କିଛି ସମ୍ପର୍କ ଥିବା ଏହି ଫଟୋ ଦେଖି ଅନୁମାନ ଲଗାଯାଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More